ସ୍ମୃତି ଇରାନୀଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଆସନ୍ତା ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେପଟେ ପୂର୍ବତନ ଆମେଠି ଏମ୍ପି ସ୍ମୃତି ଇରାନୀ ଭାଜପାର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ସେ ରାଜଧାନୀରେ ଦଳର ସଦସ୍ୟତା ଅଭିଯାନ ସହ ଜଡିତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବା ନଜର ଆସିଛନ୍ତି। ତାଙ୍କୁ ଦିଲ୍ଲୀର ୧୪ଟି ଜିଲା ୟୁନିଟ ମଧ୍ୟରୁ ୭ଟିରେ ସଦସ୍ୟତା ଅଭିଯାନର ତଦାରଖ ଦାୟିତ୍ୱ ଦିଆଯାଇଛି। ସୂଚନାନୁସାରେ, ସ୍ମୃତି ଇରାନୀ ଦକ୍ଷିଣ ଦିଲ୍ଲୀରେ ଏକ ଘର କିଣିଛନ୍ତି,ଯାହା ଦିଲ୍ଲୀରେ ପାର୍ଟି କାର୍ଯ୍ୟକଳାପରେ ତାଙ୍କର ଯୋଗଦାନକୁ ଦର୍ଶାଉଛି।

ସ୍ମୃତି ଇରାନୀଙ୍କ ସହ ଏମ୍ପି ମନୋଜ ତିୱାରୀ ଏବଂ ବାଂଶୁରୀ ସ୍ବରାଜ, ଭାଜପା ଦିଲ୍ଲୀର ୟୁନିଟ ସଭାପତି ବିରେନ୍ଦ୍ର ସଚ୍ଚଦେବ ଏବଂ ପଶ୍ଚିମ ଦିଲ୍ଲୀର ପୂର୍ବତନ ଏମ୍ପି ପ୍ରଭେଶ ଭର୍ମା ଏହି ଭୂମିକା ପାଇଁ ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇପାରନ୍ତି।

୨୦୧୫ ବିଧାନସଭା ନିର୍ବାଚନରେ କିରଣ ବେଦୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ଭାଜପା ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଏହି ସମୟ ମଧ୍ୟରେ ଦଳର ପ୍ରଦର୍ଶନ ବିଶେଷ କିଛି ନ ଥିଲା। ୨୦୨୦ ବିଧାନସଭା ନିର୍ବାଚନରେ କୌଁଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରି ଦଳ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ୭୦ଟି ମଧ୍ୟରୁ ଭାଜପା ୮ଟି ଆସନ ଜିତିବାରେ ସଫଳ ହୋଇଥିବାବେଳେ ଏଏପି ଅବଶିଷ୍ଟ ଆସନ ଜିତିଥିଲା।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!