CMC ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

କଟକ ମହାନଗର ନିଗମର କମସନର ଅନାମ ଚରଣ ପାତ୍ରଙ୍କ ବିରୋଧରେ ଅଭିଯୋଗ ଆସିଛି । ୮ ମାସରେ ୧ ଲକ୍ଷ ୮୩ ହଜାର ଟଙ୍କା ଭଡ଼ା ବାବଦକୁ ଉଠାଇ ନେଇଛନ୍ତି ସିଏମସି କମସନର । କମିସନର ସରକାରୀ ବାସଭବନରେ ରହି ସରକାରଙ୍କଠାରୁ ପ୍ରତିମାସରେ ଘର ଭଡ଼ା ବାବଦକୁ ଟଙ୍କା ନେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

କଟକ ମହାନଗର ନିଗମର କମିସନର ଭାବେ ୨୦୨୪ ସେପ୍ଟେମ୍ବର ୨୫ରେ ଦାୟିତ୍ଵ ଗ୍ରହଣ କରିଥିଲେ ଅନାମ ଚରଣ ପାତ୍ର । ଏହା ପୂର୍ବରୁ ସେ ୨୦୨୪ ଅଗଷ୍ଟ ୯ରୁ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଭାରପ୍ରାପ୍ତ କମିସନର ଭାବେ ଦାୟିତ୍ୱରେ ଥିଲେ ।

କମିସନର ଭାବେ ଦାୟିତ୍ୱ ନେବା ପରଠାରୁ ବାରବାଟୀ ଦୁର୍ଗ ସ୍ଥିତ ପୌର ନିଗମ କମିସନରଙ୍କ ପାଇଁ ଥିବା ସରକାରୀ କ୍ୱାର୍ଟର ନମ୍ବର ଏସ୍ ଓ-୮ରେ ସେ ରହି ଆସୁଛନ୍ତି । ଗତବର୍ଷ ସେପ୍ଟେମ୍ବରରୁ କମିସନର କ୍ୱାର୍ଟରରେ ରହି ଆସୁଥିବା ବେଳେ ପ୍ରତି ମାସ ଘର ଭଡ଼ା ବାବଦରେ ୨୨ ହଜାର ୯୪୪ ଟଙ୍କା ନେଉଛନ୍ତି । ଘର ଭଡ଼ା ବାବଦକୁ ଏପର୍ଯ୍ୟନ୍ତ ୮ ମାସରେ ମୋଟ ୧ ଲକ୍ଷ ୮୩ ହଜାର ୫୫୨ ଟଙ୍କା ନେଇଛନ୍ତି କମିସନର ।

Post Views64 Total Count

Apply Now


This will close in 0 seconds

error: Content is protected !!