ସୁଟିଂ ବିଶ୍ବକପ୍ ରେ ତେଜସ୍ବିନୀଙ୍କୁ ସ୍ବର୍ଣ୍ଣ

ଜର୍ମାନୀର ସୁଲ୍‌ଠାରେ ଆୟୋଜିତ ଆଇଏସ୍‌ଏସ୍‌ଏଫ୍ କନିଷ୍ଠ ବିଶ୍ବକପ୍ ସୁଟିଂରେ ଭାରତୀୟ ସୁଟର ତେଜସ୍ବିନୀ ୨୫ ମିଟର ମହିଳା ପିସ୍ତଲରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୮ପ୍ରତିଯୋଗୀ ବିଶିଷ୍ଟ ଫାଇନାଲ୍‌ରେ ୫୦ ସଟ୍‌ରୁ ୩୧ ପଏଣ୍ଟ୍ ଅର୍ଜନ କରି ପ୍ରଥମ ସ୍ଥାନରେ ରହିଥିଲେ ସେ। ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟର ଚତୁର୍ଥ ସ୍ଥାନରେ ରହି ଫାଇନାଲ୍‌କୁ ଯାଇଥିଲେ ତେଜସ୍ବିନୀ।

ମହିଳା ୨୫ ମିଟର ପିସ୍ତଲରେ ପ୍ରତିଦ୍ବନ୍ଦ୍ବିତା କରିଥିବା ଅନ୍ୟ ତିନି ଭାରତୀୟ ରିୟା ଶିରିଶ ଥାଟେ, ନମ୍ୟା କାପୁର ଓ ଦିବ୍ୟାଂଶୀ ଯଥାକ୍ରମେ ୧୫, ୧୮ ଓ ୨୪ତମ ସ୍ଥାନରେ ରହି ନିରାଶ କରିଥିଲେ। କନିଷ୍ଠ ସୁଟରଙ୍କର ଏହି ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ୩ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୪ କାଂସ୍ୟ ପଦକ ସହ ୧୧ ପଦକ ଜିତି ଶୀର୍ଷ ସ୍ଥାନରେ ରହିଛି।

Post Views18 Total Count

Apply Now


This will close in 0 seconds

error: Content is protected !!