ନିଖିଳ ପୱନ କଲ୍ୟାଣ ନୂଆ ଜନଗଣନା ନିର୍ଦ୍ଦେଶକ

ରାଜ୍ୟ ଜନଗଣନା ନିର୍ଦ୍ଦେଶକ ତଥା ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ୨୦୧୨ ବ୍ୟାଚର ଆଇଏଏସ ନିଖିଲ ପବନ କଲ୍ୟାଣ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ନିର୍ଦ୍ଦେଶକ ସାକ୍ଷୀ ମିତ୍ତଲ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିଖିଲଙ୍କୁ ଜନଗଣନା କାର୍ଯ୍ୟକ୍ରମ ଓ ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଅବଗତ କରାଇଛନ୍ତି । ନିଖିଲ ବର୍ତ୍ତମାନ ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ନିଖିଳଙ୍କୁ ତୁରନ୍ତ ନୂତନ ଦାୟିତ୍ୱ ଗ୍ରହଣ ପାଇଁ ରିଲିଭ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରାଯାଇଛି ।

କେନ୍ଦ୍ର ସରକାର ଜନଗଣନା କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜନଗଣନା ନିର୍ଦ୍ଦେଶକ ଥିବା ଉଦୟ ନାରାୟଣ ଦାସଙ୍କୁ ରାଜ୍ୟ ସରକାର ଗତ ମେ’ ମାସରେ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ଏହା ପରେ ଏହି ପଦବୀ ଖାଲି ପଡ଼ିଛି । ଓଡ଼ିଶାରେ ଖାଲି ପଡ଼ିଥିବା ଏହି ନିର୍ଦ୍ଦେଶକ ପଦବୀରେ ୨୦୧୨ ବ୍ୟାଚର ଆଇଏଏସ ନିଖିଲ ପବନ କଲ୍ୟାଣଙ୍କୁ ଅବସ୍ଥାପିତ କରାଯାଇଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ନିର୍ଦ୍ଦେଶକ ସାକ୍ଷୀ ମିତ୍ତଲ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ନିଖିଲଙ୍କୁ ଓଡ଼ିଶାର ଜନଗଣନା କାର୍ଯ୍ୟକ୍ରମ ଓ ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ସେ ଅବଗତ କରାଇଛନ୍ତି ।

ନିଖିଲ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ତେଣୁ ନୂତନ ଦାୟିତ୍ୱ ଗ୍ରହଣ ପାଇଁ ତାଙ୍କୁ ତୁରନ୍ତ ରିଲିଭ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରାଯାଇଛି । ଯଦି ଏହି ନିଯୁକ୍ତି ନିର୍ଦ୍ଦେଶ ବିଜ୍ଞପ୍ତି ଜାରି ହେବାର ୩ ସପ୍ତାହ ମଧ୍ୟରେ ନିଖିଳ ନିଜର ନୂଆ କାର୍ଯ୍ୟରେ ଯୋଗ ନଦେବେ, ତେବେ ତାଙ୍କୁ ସେଣ୍ଟ୍ରାଲ ଷ୍ଟାଫିଙ୍ଗ ସ୍କିମରୁ ବଞ୍ଚିତ ରହିବାକୁ ପଡ଼ିବ । ସେଥିପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହେବ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ନିଖିଲଙ୍କୁ ରାଜ୍ୟ ସରକାର ଗତ ନଭେମ୍ବର ମାସରେ ରାଜ୍ୟ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ । ଏହା ସହିତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଏହା ପୂର୍ବରୁ ନିଖିଳ କଟକ ମହାନଗର ନିଗମ କମିଶନ, ଯାଜପୁର ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି ।

Post Views19 Total Count

Apply Now


This will close in 0 seconds

error: Content is protected !!