ଭାରତରେ ଆରମ୍ଭ ହେବ ଷ୍ଟାରଲିଙ୍କ୍ ସେବା

ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ବିଷୟରେ ବିଗତ କିଛି ବର୍ଷ ହେଲା ଆଲୋଚନା ଚାଲିଛି ଓ ଲୋକେ ଏହାକୁ ଅପେକ୍ଷା କରି ରହିଛନ୍ତି । ଏବେ ଲୋକଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । କାରଣ ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ ଭାରତରେ ସେବା ଯୋଗାଣ ପାଇଁ ଲାଇସେନ୍ସ ମିଳିଛି ।

ଷ୍ଟାରଲିଙ୍କକୁ ଲାଇସେନ୍ସ ମିଳିବା ପରେ, ଏବେ କୁହାଯାଇପାରେ ଯେ ସାଟେଲାଇଟ୍ ଇଣ୍ଟରନେଟ୍ ପାଇଁ ଅପେକ୍ଷା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମସ୍କଙ୍କ କମ୍ପାନୀ ଗତ ମାସରେ ଲେଟର ଅଫ୍ ଇଣ୍ଟେଣ୍ଟ ପାଇଥିଲା। ଏବେ ଆଉ ଗୋଟିଏ ପାଦ ଆଗକୁ ବଢ଼ି ସରକାରଙ୍କଠାରୁ ଜିଏମପିସିଏସ ଲାଇସେନ୍ସ ମଧ୍ୟ ପାଇଛି। ଅନ୍ୟପକ୍ଷରେ ଭାରତରେ ଏହି ସେବା ଯୋଗାଣ ପାଇଁ ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କ୍ ଭାରତୀୟ ଟେଲିକମ ଅପରେଟର ଏୟାରଟେଲ ଓ ଜିଓ ସହିତି ଚୁକ୍ତି କରିଥିବା ଗତ ମାର୍ଚ୍ଚ ମାସରେ ଉଭୟ ଅପରେଟର ଘୋଷଣା କରିଥିଲେ । ଉଭୟ ଏୟାରଟେଲ ଓ ଜିଓ ମଧ୍ୟ ସାଟେଲାଇଟ ଇଣ୍ଟରନେଟ ସେବା ପାଇଁ ଲାଇସେନ୍ସ ପାଇସାରିଛନ୍ତି ।ଲାଇସେନ୍ସ ପାଇବା ପରେ ଏବେ ଷ୍ଟାରଲିଙ୍କକୁ ଇନ-ସ୍ପେସ ଅନୁମତି ନେବା ଆବଶ୍ୟକ ହେବ । ଏହି ଅନୁମତି ପରେ ଗ୍ରାହକ ସେବା ଆରମ୍ଭ କରିପାରିବ ଷ୍ଟାରଲିଙ୍କ୍ ।

Post Views4 Total Count

Apply Now


This will close in 0 seconds

error: Content is protected !!