ପୁତୁରାକୁ ଏସିଡ୍ ମାଡ଼ କରି ବିଷ ପିଇଲା ବଡବାପା

ପୁତୁରାକୁ ନିଆଁ ଦେଲା ବଡବାପା,ଗୁରୁତର ପୁତୁରା କଟକ ସ୍ଥାନାନ୍ତର । ବୁଦ୍ଧି ଖଟାଇ ପୁଲିସ ଭୟରେ ବିଷ ପିଇଲା ବଡବାପା । ପୁତୁରା ସହିତ ନିଆଁରେ ଛାରଖାର ହୋଇଗଲା ଘର । ଅଭାବନୀୟ ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ । ବହୁ ପୁରୁଣା ଜମି ବିବାଦକୁ ନେଇ ପେଟ୍ରୋଲ ସହିତ ଏସିଡ୍ ପକାଇ ପୁତୁରାକୁ ବଡବାପା ଦେଲେ ଜାଳି ।

ଘଟଣାରେ ପୁତୁରା ଗୁରୁତର ହୋଇ କଟକ ରେଫର୍ ହୋଇଥିବା ବେଳେ ପୁଲିସ ଭୟରେ ବିଷପିଇ ବଡବାପା ଗୁରୁତର ପୁଲିସ ସହାୟତାରେ ଢେଙ୍କାନାଳ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ରବିବାର ସକାଳୁ ଜମିଜମା ଘଟଣାକୁ ନେଇ ସ୍ଵର୍ଗତ ବାବାଜୀ ସାହୁଙ୍କ ପୁଅ ଚୈତନ୍ୟ ସାହୁ ତାଙ୍କ ସାନଭାଇ ନିତ୍ୟାନନ୍ଦ ସାହୁଙ୍କ ସାନପୁଅ ଟୁକୁନା ସାହୁ (୨୩) କୁ ପେଟ୍ରୋଲ ଏବଂ ଏସିଡ ପକାଇ ପୋଡି ମାରିବାକୁ ଗୋଡ଼ାଇଥିଲେ। ଖବର ନେବାରେ ଜଣାଯାଇଛି ମହୁଲପାଳ ପଞ୍ଚାୟତର ସାମଲ ସାହିରେ ଜଳଖିଆ ଦୋକାନ କରିଥିବା ଚୈତନ୍ୟ ସାହୁଙ୍କର ଦୋକାନ କୁ ଲାଗି ପାନ ଦୋକାନ କରିଛି ଟୁକୁନା ସାହୁ । ଉଭୟ ପରିବାର ମଧ୍ୟରେ ଜମିଜମା କଳି ରହିଛି । ଆଜି ସକାଳୁ ଚୈତନ୍ୟ ହଠାତ୍ ବୋତଲ ସାହାଯ୍ଯରେ ଟୁକୁନା ଉପରକୁ ପେଟ୍ରୋଲ ଢାଳି ଦେଇ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବାରୁ ଟୁକୁନା ଉଲଗ୍ନ ହୋଇ ଦୌଡ଼ିଥିଲେ। ଛଡ଼ାଇବାକୁ ଆସିଥିବା ବଡଭାଇ ପିପି କୁ ମଧ୍ଯ ପେଟ୍ରୋଲ ଫୋପାଡ଼ିବାରୁ ସେ କିଛିଟା ଆହତ ହୋଇଥିବା ଜଣାପଡିଛି। ଗ୍ରାମବାସୀ ଚୈତନ୍ୟଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଏ ସଂପର୍କରେ ଚୈତନ୍ୟ ଜାଣିପାରି ଦାନାଦର ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଟୁକୁନାଙ୍କୁ ସମ ହସ୍ପିଟାଲ ଏବଂ ଚୈତନ୍ୟଙ୍କୁ ଢେ଼ଙ୍କାନାଳ ସ୍ଥାନାନ୍ତର କରାଯାଇଛି ।

Post Views5 Total Count

Apply Now


This will close in 0 seconds

error: Content is protected !!