ମାଟିତଳେ ଗଡ଼ିବ ମେଟ୍ରୋ

ରାଜ୍ୟ ସରକାର ଭୁବନେଶ୍ବରର ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବାକୁ ଚାହୁଛଁନ୍ତି। ଭୁବନେଶ୍ବରର ସୌନ୍ଦର୍ଯ୍ୟରେ ଯେଭଳି କୌଣସି ପ୍ରକାରର ବାଧା ନପହୁଞ୍ଚିବ, ତାକୁ ଦୃଷ୍ଟିରେ ରଖି ନିର୍ମାଣ କାମ ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ବହୁପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ ନେଇ ରାଜ୍ୟ ସକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜଧାନୀ ସହରରେ ଇଲେଭେଟେଡ ମେଟ୍ରୋ ରେଳ ବ୍ୟବସ୍ଥା ନୁହେଁ। ବରଂ ପ୍ରଶାସନ ବର୍ତ୍ତମାନ ମାଟିତଳେ ମେଟ୍ରୋ ରେଳ ନେଟୱାର୍କ ସଂପ୍ରସାରଣ କରିବା ପାଇଁ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଗଣମାଧ୍ୟମର ପ୍ରତିନିଧିଙ୍କୁ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ଲଜିଷ୍ଟିକ ଏବଂ ସହରୀ ଯୋଜନା ସମ୍ବନ୍ଧୀୟ ଚିନ୍ତା ଯୋଗୁଁ ଭୁବନେଶ୍ୱର ପାଇଁ ଇଲେଭେଟେଡ ମେଟ୍ରୋ ରେଳକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସହରର ଭୂଦୃଶ୍ୟ ଏବଂ ଟ୍ରାଫିକ ଭିଡ଼ ଇଲେଭେଟେଡ ମେଟ୍ରୋକୁ ସମର୍ଥନ କରୁନାହିଁ। ଆମେ ଏବେ ମାଟିତଳେ ମେଟ୍ରୋ ରେଳ ବ୍ୟବସ୍ଥା ସହ ଆଗକୁ ବଢ଼ୁଛୁ। ପ୍ରସ୍ତାବିତ ମାଟିତଳେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଏକ ନୂତନ ରୂଟ ନିର୍ଦ୍ଧାରଣ କରାଯାଇ ନାହିଁ। ନଗର ଉନ୍ନୟନ ବିଭାଗକୁ ଏନେଇ ଅନୁରୋଧ କରାଯାଇଛି ଏବଂ ସର୍ଭେ ପାଇଁ କିଛି ସମୟ ଲାଗିବ।

ଇଲେଭେଟେଡ ମେଟ୍ରୋ କରିଡର ଭୁବନେଶ୍ୱର ଏବଂ ଏହାର ଆଖପାଖର ସୌନ୍ଦର୍ଯ୍ୟକୁ କ୍ଷତି କରିବ। ମାଟିତଳେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା କିପରି କାର୍ଯ୍ୟକାରୀ ହେବ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା କେଉଁ ସର୍ଭେ କରାଯିବ। ପରବର୍ତ୍ତୀ ସମୟରେ, ଓଡ଼ିଶା ସରକାର ମୂଳତଃ ଅନୁମୋଦନ ନେବା ନିଷ୍ପତ୍ତି ନେବ,” ମନ୍ତ୍ରୀ କହିଛନ୍ତି।

 

Post Views89 Total Count

Apply Now


This will close in 0 seconds

error: Content is protected !!