ସରକାରଙ୍କ ବିରୋଧରେ ବିଜେଡିର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିର ଅପାରଗତା ବିରୋଧରେ ବିଜେଡିର ପ୍ରତିବାଦ। ବିଜେଡିର ବରିଷ୍ଠ ନେତା, ବିଧାୟକ ତଥା ପ୍ରମୁଖ ମହିଳା ନେତ୍ରୀ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି। ପ୍ରଥମେ ମାଷ୍ଟର କ୍ୟାଣ୍ଟିନରୁ ବିକ୍ଷୋଭ ପ୍ରଦର୍ଶନ କରି ଲୋୟର ପିଏମଜି ଆଡ଼କୁ ଆସିଥିଲେ ବିଜେଡିର ନେତା ଏବଂ କର୍ମୀ । ଶାନ୍ତିପୂର୍ଣ୍ଣଭାବେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଥିବା ଉଠାଇ ନେଇଛି ପୋଲିସ । ମହାନଦୀ ପାଣି ଶୁଖି ଯାଇଛି, ଯୁବକଙ୍କ ଭବିଷ୍ୟତ ଅନ୍ଧକାର, ରଙ୍ଗ ମାରିବା, ନାଁ ବଦଳାଇବା, ଆନ୍ଧ୍ର ଓ ବିହାରକୁ ଅନୁକମ୍ପା ମିଳିବା ଓ ଓଡିଶା ପ୍ରତି ଅବିଚାର, ଧାନରେ କଟନି ଛଟନୀ, ନାରୀ ନିର୍ଯାତନା ଆଦି ବହୁ ପ୍ରସଙ୍ଗକୁ ନେଇ ଏହି ପ୍ରତିବାଦ କରାଯାଇଥିଲା । ତେବେ ଲୋୟର ପିଏଜିରେ ଆଗକୁ ବଢ଼ିଥିଲେ ବିଜେଡିର ବରିଷ୍ଠ ନେତା ଏବଂ କର୍ମୀ ।

Post Views15 Total Count

Apply Now


This will close in 0 seconds

error: Content is protected !!