ବଢିଲା ଓମ୍‌ଫେଡ୍‌ କ୍ଷୀର ଦର

ଓମ୍‌ଫେଡ୍‌ କ୍ଷୀର ଦର ବଢ଼ାଯାଇଛି । ଖାଉଟି ମାନେ ଲିଟର ପିଛା ୫୨ ଟଙ୍କା ଦେଉଥିଲା ବେଳେ ଏବେ ୫୪ ଟଙ୍କା ଦେବେ । ଆଜିଠାରୁ ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି ପାଇଛି ଓ ବଜାରକୁ ଆସିଛି ଓମଫେଡର ନୂଆ ଦର ।

ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ପାଇଥିବାବେଳେ ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି ।

ବାସ୍ତବରେ ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ କ୍ଷୀର ମୂଲ୍ୟ ବଢିବ ବୋଲି କୁହାଯାଇଥିଲା, କିନ୍ତୁ ସେତେବେଳେ ଏହା ବଢିନଥିଲା । ମୁଖ୍ୟମନ୍ତ୍ରୀ ସେତେବେଳେ କହିଥିଲେ ଯେ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ାଯାଉଛି ।

Post Views16 Total Count

Apply Now


This will close in 0 seconds

error: Content is protected !!