ରେଳ ମାନଚିତ୍ରରେ ଯୋଡ଼ିହେଲା ବୌଦ୍ଧ ଜିଲ୍ଲା

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି । ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟ ପୁରୁଣା କଟକ ପର୍ଯ୍ୟନ୍ତ ଶେଷ ହୋଇଛି । ଆଜି ବୌଦ୍ଧ ଜିଲ୍ଲାରେ ରେଳ ସେବାର ହେଲା ଶୁଭାରମ୍ଭ । ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଲେ ଏହାର ଉଦଘାଟନ । ଏକା ଥର କେ ଦୁଇଟି ସ୍ଥାନରୁ ବୌଦ୍ଧ ଏବଂ ପୁରୁଣାକଟକରୁ ଗଡିଲା ରେଳ ।

ଏହି ଅବସରରେ ବୌଦ୍ଧ ଓ ପୁରୁଣାକଟକ ଠାରେ ଦୁଇଟି ସ୍ଵତନ୍ତ୍ର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ବୌଦ୍ଧ ରେଳ ଷ୍ଟେସନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ, ରାହୁଲ କୁମାର ଗୋଏଲ, ସମ୍ବଲପୁର ର ଡି ଆର ଏମ ସୁବାଷ ଚନ୍ଦ୍ର ଚୌଧୁରୀ ଯୋଗ ଦେଇଥିଲେ । ଟ୍ରେନ ମ୍ୟାନେଜର ଜି ଗଣପତି ରାଓ ସଭା କୁ ପରିଚାଳନା କରିଥିଲେ । ଆୟୋଜିତ ସଭାରେ ଖୋର୍ଦ୍ଧା ବଲାଙ୍ଗିର ରେଲ ଲାଇନ ପାଇଁ ସେଣ୍ଟ୍ରାଲ ଆକ୍ସନ ପାଇଁ ବଲାଙ୍ଗିର ଜ଼ିଲ୍ଲାର ଗୋପାଲଜୀ ପାଣିଗ୍ରାହୀ, ଭବାନୀଶଙ୍କର ଶତପଥି, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରମେଶ କୁମାର ଅଗ୍ରୱାଲ, ସୁବର୍ଣ୍ଣପୁର ଜ଼ିଲ୍ଲାର ଗୋବିନ୍ଦ ମହାରଣା, ଶ୍ୟାମ ଓମ ପ୍ରକାଶ ମିଶ୍ର, ବଳଦେବ ବେଦବାଗ ଏବଂ ବୌଦ୍ଧ ଜ଼ିଲ୍ଲାର ଯୁଗଳ କିଶୋର ସାମଲ, ବିଶେଶ୍ୱର ପୃଷ୍ଟି, ପ୍ରଦୋଷ କୁମାର ମିଶ୍ର, ଦେବାଶିଷ ପୁରୋହିତ, ରଘୁନାଥ ଷଡ଼ଙ୍ଗୀ, ଚିତ୍ତରଞ୍ଜନ ଦାଶ, ସୌମିତ୍ରୀ ନାୟକ, ସୁଧୀର କୁମାର କର୍ଣ୍ଣଙ୍କୁ ସମ୍ବର୍ଦ୍ଧନା କରିଥିଲେ ଅତିଥି ବୃନ୍ଦ । ସୋନପୁରରୁ ପୁରୁଣା କଟକ ୧୩୭୬ କୋଟି ଟଙ୍କା ବ୍ୟୟରେ ୭୩ କିଲୋ ମିଟର ରେଳ ପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

Post Views2 Total Count

Apply Now


This will close in 0 seconds

error: Content is protected !!