ଛୋଟ ଜରୁରୀକାଳୀନ ହସ୍ପିଟାଲ ‘ଭୀଷ୍ମ କ୍ୟୁବ୍’

 ଏମ୍ସର ‘ଭୀଷ୍ମ କ୍ୟୁବ୍’। ବିଶ୍ଵର ସବୁଠୁ ଛୋଟ ଜରୁରୀକାଳୀନ ହସ୍ପିଟାଲ। ବିପର୍ଯ୍ୟୟ ବେଳର ବଇଦ। ୩୬ ବର୍ଗାକାର ଡବା ଭିତରେ ପୁରା ହସ୍ପିଟାଲ୍। ଏହାର ଓଜନ ୭୨୦ କିଲୋଗ୍ରାମ। ଚିକିତ୍ସା ପାଇଁ ରହିଛି ସମସ୍ତ ସ୍ଵାସ୍ଥ୍ୟଭିତ୍ତିକ ସେବା। ଏବେ ରୋଗୀ ଡାକ୍ତରଖାନାକୁ ନୁହେଁ ଦୁର୍ଘଟଣା ଯାଗାକୁ ଯିବ ହସ୍ପିଟାଲ୍। ଏହାକୁ ତିଆରି କରିବା ପାଇଁ ଲାଗିବ ମାତ୍ର ୮ ରୁ ୧୦ ମିନିଟ୍। ଗୋଟିଏ କ୍ୟୁବ୍‌ରେ ୨୦୦ରୁ ଅଧିକ ଲୋକଙ୍କୁ ମିଳିବ ଚିକିତ୍ସା। ଏଥିରେ କ୍ୟୁଆର୍ କୋଡ୍ ବି ରହିବ। ଯେଉଁଥିରେ ସ୍କାନ୍ କଲେ ରୋଗୀଙ୍କୁ ମିଳିଯିବ ସମ୍ପୂର୍ଣ୍ଣ ତଥ୍ୟ । ଭୁବନେଶ୍ଵର ଏମ୍ସରେ ପ୍ରଦର୍ଶିତ ହୋଇଛି ଏହି ଭୀଷ୍ମ କ୍ୟୁବ୍‌।

ବନ୍ୟା, ବାତ୍ୟା, ଭୂକମ୍ପ ହେଉକି ଯୁଦ୍ଧ। ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସାଥୀ ହେବ ‘ଭୀଷ୍ମ କ୍ୟୁବ୍’। ବାହନଗା ରେଳ ଦୁର୍ଘଟଣା ଭଳି ଅଘଟଣ ଘଟିଲେ ବି ଘଟଣାସ୍ଥଳରେ ରୋଗୀଙ୍କୁ ମିଳିବ ତୁରନ୍ତ ଚିକିତ୍ସା। ସୈନିକଙ୍କ ସେବା ପାଇଁ ଯୁଦ୍ଧ ଭୂମିକୁ ଉଠିଯିବ ହସ୍ପିଟାଲ୍। ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେଲେ ଯବାନଙ୍କ ପାଇଁ ସହାୟକ ହେବ କ୍ୟୁବ୍। ରୋଗୀଙ୍କୁ ଏୟାରଲିପ୍ଟ ନକରି ରୋଗୀଙ୍କ ପାଖରେ ପହଞ୍ଚାଇ ଦିଆଯିବ ହସ୍ପିଟାଲ୍। ହେଲିକପ୍ଟର ଯୋଗେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସହଜରେ କରିହେବ ସ୍ଥାନାନ୍ତର।

ଏକ ଲୌହ ନିର୍ମିତ ଫ୍ରେମ୍‌ ମଧ୍ୟରେ ତିନିଟି ଥାକ ମଧ୍ୟରେ ରହିଛି  ୧୨ଟି ଲେଖାଏଁ କ୍ୟୁବ୍‌। ପ୍ରତି ବାକ୍ସରେ ମହଜୁଦ ରହିଛି ଜରୁରୀ ଔଷଧ, ଇଞ୍ଜେକସନ, ସାଲାଇନ ସହ ଅନ୍ୟ ମେଡିକାଲ ସାମଗ୍ରୀ। ସହଜରେ ଜାଣିବାକୁ ବାକ୍ସରେ ଲଗାଯାଇଛି କ୍ୟୁଆର କୋଡ୍। ଏହାକୁ ସ୍କାନ୍ କରିବା ମାତ୍ରେ ଔଷଧ ସମ୍ପର୍କରେ ମିଳିଯିବ ତଥ୍ୟ। ସ୍ୱାସ୍ଥ୍ୟସେବାକୁ ମଜଭୁତ କରିବା ଲକ୍ଷ୍ୟରେ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ବିପର୍ଯ୍ୟୟ ସମୟରେ ଏହା ଦେଶବାସୀଙ୍କୁ ଯୋଗାଇଦେବ ସେବା। ଲୋକଙ୍କୁ ଆଉ ହସ୍ପିଟାଲ ଯାଇ ସମୟ ଅପଚୟ କରିବାକୁ ପଡ଼ିବନି।

ଭୀଷ୍ମ କ୍ୟୁବ୍ ପରିଚାଳନା ପାଇଁ ଏବେ ଦେଶସାରା ଚାଲିଛି ତାଲିମ କାର୍ଯ୍ୟକ୍ରମ। ସୋମବାର ଏମ୍‌ସରେ ପ୍ରତିଷ୍ଠାତା ତଥା ଭାରତୀୟ ସଶକ୍ତବଳର ଅବସରପ୍ରାପ୍ତ ମୁଖ୍ୟ ସର୍ଜନ ଡାକ୍ତର ତନ୍ମୟ ରୟ ଏହି ଭୀଷ୍ମ କ୍ୟୁବ୍‌କୁ ଉଦ୍‌ଘାଟନ କରିଛନ୍ତି। ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡା. ଆଶୁତୋଷ ବିଶ୍ୱାସ କହିଛନ୍ତି, ଯଦି କୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ଘଟେ, ସେଠାରେ ଭୀଷ୍ମ କ୍ୟୁବ୍‌ ଦେବଦୂତ ପାଲଟିବ । ଆମେ ତାକୁ ତତକ୍ଷାଣତ୍‌ ନେଇ ପହଞ୍ଚି ପାରିବୁ ।

Post Views24 Total Count

Apply Now


This will close in 0 seconds

error: Content is protected !!