ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ

ଭିଜିଲାନ୍ସ ଜାଲରେ ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ତାଙ୍କ ବରଗଡ଼ ବ୍ରିଟ କଲୋନୀ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆଜି ସକାଳ ୫ଟା ରୁ ଚଢ଼ାଉ ଚାଲିଛି। ଏଥିରେ ଭିଜିଲାନ୍ସର ୬ ଜଣ ଡିଏସ୍ପି, ୧୦ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ନିମ୍ନଲିଖିତ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।

 
୧. ବଡ଼ଗଡ଼ା, ଭୁବନେଶ୍ୱରର ପ୍ଲଟ୍ ନମ୍ବର ଆର୍ ପି-୧୨ରେ ଅବସ୍ଥିତ ତାଙ୍କର ତିନି ମହଲା କୋଠା। 
୨. ଖୋର୍ଦ୍ଧାଜିଲ୍ଲା ବାଲିଅନ୍ତା ତହସିଲ, ବିବିଏସଆର, ବାଲିଅନ୍ତା ତହସିଲର ମୌଜା ରାଣାପୁରରେ ଅବସ୍ଥିତ ଏକ ଫାର୍ମ ହାଉସ।
୩. ରାୟଗଡ଼ାର ଗୁଣୁପୁରର ଜଙ୍ଗମ ଷ୍ଟ୍ରିଟରେ ତାଙ୍କ ପୈତୃକ ଘର।
୪. ଭୁବନେଶ୍ୱରର ବିଏମସିରେ ତାଙ୍କ ଅଫିସ ରୁମ।
ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Post Views37 Total Count

Apply Now


This will close in 0 seconds

error: Content is protected !!