ଏଲଓସିରେ ଲ୍ୟଣ୍ଡମାଇନ ଫାଟି ଜଣେ ଯବାନ ସହିଦ

ସୀମା ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଲ୍ୟଣ୍ଡମାଇନ ବିସ୍ପୋରଣ ଯୋଗୁଁ ଜଣେ ସେନା ଯବାନ ସହିଦ ହେବା ସହ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ଜମ୍ମୁ ଓ କାଶ୍ମୀରର ପୁଞ୍ଛ ଅଞ୍ଚଳରେ ଥିବା ଏଲଓସି ସୀମା ନିକଟରେ ଏହି ବିସ୍ପୋରଣ ହୋଇଥିବା ନେଇ ଅଧିକାରିମାନେ ସୂଚନା ପ୍ରଦାନ କରିଛନ୍ତି।

ସୂଚନା ମୁତାବକ, ସେନା ଜମ୍ମୁ ଓ କାଶ୍ମୀରର କ୍ରିଷ୍ଣା ଘାଟି ଅଞ୍ଚଳରେ ପାଟ୍ରୋଲିଂ ଜାରି ରଖିଥିଲା। ଏହି ପାଟ୍ରୋଲିଂ ଦଳରେ ସପ୍ତମ ଜାଟ ରେଜିମେଣ୍ଟର ଅଗ୍ନିବୀର କ୍ୟାଡର ଲଲିତ କୁମାର ରହିଥିଲେ। ଏହି ଦଳ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଗସ୍ତ କରୁଥିବା ସମୟରେ ହଠାତ୍ ଏକ ଲ୍ୟାଣ୍ଡମାଇନ ବିସ୍ପୋରଣ ହୋଇଥିଲା। ଏହି ବସ୍ପୋରଣରେ ଘଟଣାସ୍ଥଳରେ ହିଁ ଲଲିତଙ୍କ ମୃତ୍ୟୁ ହେବା ସହ ଜଣେ ଜୁନିୟର କମିସନଡ ଅଫିସର(ଜେସିଓ)ଙ୍କ ସମେତ ଦୁଇଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଆହତ ଯବାନମାନଙ୍କୁ ସଙ୍ଗେସଙ୍ଗେ ସେନା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ତେବେ ଆହତ ଯବାନମାନଙ୍କ ଅବସ୍ଥା ସ୍ଥିର ଥିବା ନେଇ ଅଧିକାରୀମାନେ ମତ୍ତ ପ୍ରକାଶ କରିଛନ୍ତି। ସାମଜିକ ଗଣମାଧ୍ୟମ ଏକ୍ସରେ ସେନା ଏନେଇ ଦୁଃଖ ପ୍ରକାଶ କରିବା ସହ ଏକ ପୋଷ୍ଟ ଜାରି କରିଛି। ଏହି ପୋଷ୍ଚରେ “GOC ହ୍ୱାଇଟ୍ ନାଇଟ୍ କର୍ପସ ଏବଂ ସମସ୍ତ ରାଙ୍କ 7 JAT ରେଜିମେଣ୍ଟର ଅଗ୍ନିବୀର ଲଳିତ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି, ଯିଏ କୃଷ୍ଣା ଘାଟି ବ୍ରିଗେଡର ଜେନେରାଲ ଏରିଆରେ ଏକ ମାଇନ୍ ବିସ୍ଫୋରଣ ପରେ ଏରିଆ ଡୋମିନେସନ୍ ପାଟ୍ରୋଲିଂ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି” ବୋଲି ଉଲ୍ଲେଖ କରାଯାଇଛି।

Post Views5 Total Count

Apply Now


This will close in 0 seconds

error: Content is protected !!