କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ ଅଧିକାରୀ ସାଗରିକା ନାଥ। ତାଙ୍କୁ ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ)ର ଏସପି ଭାବେ ନିଯୁକ୍ତ ଦିଆଯାଇଛି। ଏ ନେଇ ଭାରତୀୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ମୁଖ୍ୟ ସଚିବଙ୍କୁ ୨୦୨୫ ଜୁଲାଇ ୩୧ରେ ଚିଠି ଲେଖାଯାଇଛି। ଉଲ୍ଲେଖନୀୟ ରାଜ୍ୟରେ ଟ୍ରାଫିକ ନିୟମ ପାଳନ ନେଇ ଏବଂ କଡ଼ାକଡ଼ି ନିୟମ ଲାଗୁ ନେଇ ବେଶ ଚର୍ଚ୍ଚାରେ ଥିଲେ ସାଗରିକା ନାଥ।
୩୭ ବର୍ଷୀୟା ସାଗରିକ ନାଥ ହେଉଛନ୍ତି ୨୦୧୬ ବ୍ୟାଚ୍ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର। କେନ୍ଦ୍ରୀୟ ଡେପୁଟେସନରେ ଯାଉଥିବା ସାଗରିକାଙ୍କୁ ଏନଆଇଏର ଏସପି ଭାବେ ନିଯୁକ୍ତ ଦିଆଯାଇଛି। ସେ ଏବେ ଖୋର୍ଦ୍ଧା ଏସପି ଭାବେ କାର୍ଯ୍ୟରତ। ଏହା ପୂର୍ବରୁ ସେ ବାଲେଶ୍ବର ଏବଂ ସୁନ୍ଦରଗଡ଼ରେ ଏସ୍ପି ଭାବେ କାମ କରିଥିଲେ। ଓଡ଼ିଆ ଆଇପିଏସ୍ ଅଧିକାରୀ ସାଗରିକା ନାଥ ପୋଲିସ ଚାକିରିରେ ନିଷ୍ଠାପର ସେବା ଓ ସାହସିକତା ପାଇଁ ସାରା ଓଡ଼ିଶାରେ ବେଶ୍ ଲୋକପ୍ରିୟ।

