କିସ୍ତି ଟଙ୍କା ସୁଝି ନପାରି ଜଳିଗଲେ ମହିଳା !

ଅସହ୍ୟ ହେଲା ଋଣ ବୋଝ। କିସ୍ତି ଟଙ୍କା ସୁଝି ନପାରି ନିଜକୁ ନିଆଁ ଲଗାଇ ଦେଲେ ମହିଳା । ରବିବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ଭୁବନରେ ଏଭଳି ସମ୍ଵେଦନଶୀଳ ଘଟଣା ଘଟିଛି । ମହିଳାଙ୍କ ଶରୀରର ୫୦ ପ୍ରତିଶତ ପୋଡ଼ି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନାନୁଯାୟୀ, ପୀଡ଼ିତାଙ୍କ ସ୍ଵାମୀ ଜଣେ ଡ୍ରାଇଭର୍। ଆର୍ଥିକ ଅନାଟନ ଯୋଗୁଁ ପରେ ଅନ୍ୟ ମାଲିକଙ୍କ ପାଖରେ ଟ୍ରକ୍ ଚଲାଉଛନ୍ତି। କିଛି ମାସ ହେଲା ଟ୍ରକ୍‌ରୁ ଆଉ ରୋଜଗାର ହେଉନାହିଁ। ଫଳରେ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଆଣିଥିବା ଋଣ ଆଉ ସୁଝି ହେଲା ନାହିଁ। ତେଣୁ ପରିବାରରେ କଳହ ଲାଗି ରହୁଥିଲା। କିସ୍ତି ଟଙ୍କା ନଦେଇପାରି ଲୋକଲଜ୍ଜା ଭୟରେ ମହିଳା ଜଣଙ୍କ ରବିବାର ରାତିରେ ଶାଢୀରେ ନିଆଁ ଲଗାଇ ଜଳି ଯାଇଥିଲେ। ମାଆକୁ ଜଳି ଯାଉଥିବା ଦେଖି ୭ ବର୍ଷର ପୁଅ ଚିତ୍କାର କରିବାରୁ ପଡୋଶୀ ଘର ଧାଇଁ ଆସି ନିଆଁ ଲିଭାଇଥିଲେ। ତାଙ୍କୁ ତୁରନ୍ତ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ଶରୀରର ୫୦ ପ୍ରତିଶତ ପୋଡ଼ି ଯାଇଛି। ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆତ୍ମାହୁତି ଏବେ ଅନୁକରଣ ବ୍ୟାଧି ପାଲଟିଛି। ବାଲେଶ୍ଵରରୁ ବରଗଡ଼, ମାସକରେ ୫ ଜଣ ଜଳିଗଲେଣି। କିଏ ଜଳି ଯାଉଛନ୍ତି ତ ଆଉ କାକାହକୁ ଜାଳି ଦେଉଛନ୍ତି। ଆତ୍ମାହୁତିକୁ ଶେଷ ବିକଳ୍ପ ବାଛୁଛନ୍ତି। ଏହି ସମ୍ଵେଦନଶୀଳ ପ୍ରସଙ୍ଗ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

Post Views27 Total Count

Apply Now


This will close in 0 seconds

error: Content is protected !!