ବାଲୁକା କଳାରେ ବିଶ୍ୱ ହସ୍ତୀ ଦିବସର ବାର୍ତ୍ତା ଦେଲେ ସୁଦର୍ଶନ

ଆଜି ବିଶ୍ୱ ହସ୍ତୀ ଦିବସ । ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ୧୨ଫୁଟ ଲମ୍ବାର ଏକ ବାଲୁ କକଳାକୃତି ନିର୍ମାଣ କରିଛନ୍ତି ।ତେବେ ଏଥିରେ ବାର୍ତ୍ତା ଦେଇଛନ୍ତି save my habitat ମୋ ବାସସ୍ଥାନକୁ ସୁରକ୍ଷିତ ରଖ । କାରଣ ଆଜି ମାନବ ସମାଜ ନିଜ ହିତ ପାଇଁ ଜଙ୍ଗଲ ନଷ୍ଟ କରି ଜନବସତି କରୁଛି । ଏଥିରେ ହାତୀ ମଣିଷ ଲଢେଇରେ ବଳି ପଡୁଛନ୍ତି ଏହି ବନ୍ୟ ଜୀବ । ତେବେ ଆମେ ଜୀବଜନ୍ତୁ ଓ ପରିବେଶ ସୁରକ୍ଷା ପାଇଁ ସମସ୍ତେ ପଦକ୍ଷେପ ନେବା ସହ ସଚେତନ ହେବା ଆବଶ୍ୟକ ବୋଲି ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ତେବେ ବାଲୁକା କଳାରେ ଜଙ୍ଗଲକାଟି ସଫା ଓ ଗଛ ଗଣ୍ଡି ସହ ବିଶାଳ କାୟ ହାତୀ ଶୋଇକି କାନ୍ଦୁଛି । ଏହି କଳାକୃତି ଦେଖି ବେଶ ପ୍ରଶଂସା କରିଛନ୍ତି ପର୍ଯ୍ୟଟକ।

ବିଶ୍ୱ ହସ୍ତୀ ଦିବସ ପାଳନ କରିବା ଦିଗରେ ପ୍ରମୁଖ ଲକ୍ଷ ରହିଛି। ବେଆଇନ ଶିକାର ବନ୍ଦ,ହାତୀଦାନ୍ତ କାରବାରକୁ ହତୋତ୍ସାହ କରିବା ଏବଂ ହାତୀଙ୍କ ଆବାସଗୁଡ଼ିତକୁ ସଂରକ୍ଷଣ କରିବା ଦିଗରେ ଏହି ଦିବସ ଏକ ଗୁରୁତ୍ୱପୂର୍ଣ୍ର ଭୂମିକା ଗ୍ରହଣ କରିଥାଏ। ବିଶ୍ୱବାସୀଙ୍କୁ ଏ ଦିଗରେ ସଚେତନତା ସୃଷ୍ଟି କରିବାଲାଗି ବିଭିନ୍ନ ସଂଗଠନ ସରକାର ଓ ସାଧାରଣ ନାଗରିକ ସଚେତନତା ଦିବସ ପାଳନ କରିଥାଆନ୍ତି। ୨୦୧୨ ମସିହାଠାରୁ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ହାତୀମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ସହ ହାତୀ ଶିକାର ଉପରେ ରୋକ୍ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି ।

Post Views13 Total Count

Apply Now


This will close in 0 seconds

error: Content is protected !!