ବୁଲା କୁକୁରଙ୍କ ଗଣନା କରିବେ ସରକାର

କୁକୁରମାନଙ୍କୁ ନେଇ ସୁପ୍ରିମ କୋର୍ଟଙ୍କ ସଂଶୋଧିତ ରାୟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ପ୍ରାଣୀ ଓ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିକ୍ରିୟା ଆସିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଭାଗ କଡାକଡି ପାଳନ କରିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ନିର୍ଦ୍ଦେଶ ମାନି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ବୁଲା କୁକୁରଙ୍କ ଗଣନା କରିବ। ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ କରାଯିବ। ବନ୍ଧ୍ୟାକରଣ ପରେ କୁକୁରଙ୍କୁ ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ। ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ ସେମାନଙ୍କୁ ଆଶ୍ରୟ ସ୍ଥଳରେ ରଖାଯିବ। ଯେତିକି ତଥ୍ୟ ରହିଛି ତାହା ଅନୁଯାୟୀ, ରାଜ୍ୟରେ ୭ଲକ୍ଷ ବୁଲା କୁକୁର ଏବଂ ୬୪ହଜାର ପୋଷା କୁକୁର ଅଛନ୍ତି। ଏଣିକି ବୁଲା କୁକୁରଙ୍କୁ ରାସ୍ତା କଡରେ ଖାଇବାକୁ ନଦେବାକୁ ସଚେତନ କରିବ ମୁନିସିପାଲିଟି।

ସେ ଆହୁରି କହିଛନ୍ତି ଯେ, ଏବେ ରାସ୍ତା କଡ଼ରେ ଚିକେନ-ମଟନ କାଟି ଏଣେ ତେଣେ ପକାଇପାରିବେ ନାହିଁ ଦୋକାନୀ। ଏହା ସହ ବୁଲା କୁକୁରଙ୍କୁ ବଳକା ମାଂସ ମଧ୍ୟ ନଦେବାକୁ ନିର୍ଦ୍ଦେଶ ଦିଆଯିବ। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଚିକେନ-ମଟନ ନକାଟି ନିର୍ଦ୍ଧିଷ୍ଟ ସ୍ଥାନରେ କାଟିବେ ଦୋକାନୀ। ଏନେଇ ବିଭାଗ ପକ୍ଷରୁ ସମସ୍ତ ମୁନିସିପାଲିଟିକୁ ନିର୍ଦ୍ଦେଶ ଦିଆଯିବ। ଆଗକୁ ନିର୍ଦ୍ଧିଷ୍ଟ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦିଆଯିବ। ସାମଜିକ ସଂଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ କରୁଛୁ।

Post Views24 Total Count

Apply Now


This will close in 0 seconds

error: Content is protected !!