ନିର୍ଭୁଲ ହେବ ସରକାରୀ ବ୍ୟବସ୍ଥା,AI କରିବ ସମାଧାନ

ନିର୍ଭୁଲ ହେବ ସରକାରୀ ବ୍ୟବସ୍ଥା, ରକେଟ ବେଗରେ ହେବ ଲୋକଙ୍କ କାମ । ଦ୍ବନ୍ଦ୍ବ ରହିଲେ AI କରିବ ସମାଧାନ । ସୁଶାସନ ଓ ପ୍ରଶାସନିକ ସଂସ୍କାର ପାଇଁ ସରକାରୀ ବ୍ୟବସ୍ଥାରେ ଏଆଇର ବହୁଳ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ କମିଶନରଙ୍କୁ ଚିଠି ଲେଖି ଅବଗତ କରିଛି । ପ୍ରତିଦିନର ସରକାରୀ କାର୍ଯ୍ୟରେ AIର ହେବ ବ୍ୟବହାର । ଯାହା ସରକାରୀ କର୍ମଚାରୀଙ୍କ କାର୍ଯ୍ୟପ୍ରଣାଳୀକୁ ସୁଗମ ଓ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବ । ପ୍ରଶାସନିକ ବ୍ୟବସ୍ଥାରେ ଦେଖାଦେଉଥିବା ଚ୍ୟାଲେଞ୍ଜକୁ ପ୍ରତିହତ କରିବାରେ AI ନେବ ବଡ ଭୂମିକା ।

ବିଭାଗ ଓ ବାବୁଙ୍କୁ କ୍ରିୟାଶୀଳ କରିବାକୁ ସରକାର ଏଆଇକୁ ଏବେ ଅସ୍ତ୍ର କରିଛନ୍ତି । ଆଗକୁ ପ୍ରତି ବିଭାଗ AI ଟୁଲ୍ କିଣିବେ । ଯାହାକୁ ବିଭାଗୀୟ କର୍ମଚାରୀ ବ୍ୟବହାର କରିବେ ।

Post Views90 Total Count

Apply Now


This will close in 0 seconds

error: Content is protected !!