କଟକ ଦୁର୍ଗାପୂଜା ଭସାଣି ଗୋଷ୍ଠୀ ସଙ୍ଘର୍ଷ ଘଟଣାରେ ପୁଲିସର କଡ଼ା ଆଭିମୁଖ୍ୟ । ଦରଘା ବଜାର, ହାତୀ ପୋଖରୀ ଅଂଚଳରେ ଘରେ ଘରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି କମିସନରେଟ ପୁଲିସ । ପ୍ରାଥମିକ ପର୍ଯ୍ୟାୟରେ ୭ଟି ଘରେ ଯାଞ୍ଚ କରିଛ ପୁଲିସ । ଗୋଷ୍ଠୀ ସଙ୍ଘର୍ଷ ଦିନ ରାତିରେ ଏହି ଅଂଚଳରେ କାଚ ବୋତଲ ଓ ଟେକା ପଥର ମାଡ଼ ହୋଇଥିଲା ।ଫଳରେ ତୀବ୍ର ହୋଇଥିଲା ସଂଘର୍ଷ । ଏହି ଘଟଣାକୁ କେନ୍ଦ୍ର କରି ଆଜି ପୁଲିସ ଘରେ ଘରେ ତଲାସି ଜାରି ରଖିଛି । ଘଟଣାରେ ଏଯାଏଁ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଏ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । ଏବେ ବି ସଂଘର୍ଷରେ ଲିପ୍ତ ଥିବା ପ୍ରତ୍ୟକ ବ୍ୟକ୍ତିମାନଙ୍କୁ ଟ୍ରାକ୍ କରୁଛି ପୁଲିସ । ଗଣ୍ଡଗୋଳ କରିଥିବା ବ୍ୟକ୍ତି କେଉଁଠା ବାସିନ୍ଦା, କଣ ସେମାନଙ୍କର ସେମାନଙ୍କର ପରିଚୟ ସେ ନେଇ ଯାଞ୍ଚ ଚାଲିଛି । ଆଗକୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିବ ଓ ଦୋଷୀଙ୍କୁ ଧରାଯିବ ବୋଲି ଏସିପି କହିଛନ୍ତି ।
Related Posts
ଓଡ଼ିଶାକୁ ମିଳିଲା ରେଳବାଇର ୩ଟି ମଲ୍ଟିଟ୍ରାକିଂ ପ୍ରକଳ୍ପ
ଓଡ଼ିଶାର ରେଳ ଭିତ୍ତିଭୂମି ସୁଦୃଢ଼ କରିବାକୁ କେନ୍ଦ୍ର କ୍ୟାବିନେଟ ୩ଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରିଛି। ତୃତୀୟ ଓ ୪ର୍ଥ…
ବାଲିଅନ୍ତା ଲିଞ୍ଚିଂ ଘଟଣାରେ ବଡ଼ ଆକ୍ସନ : ୪ ପୋଲିସ ଅଧିକାରୀ ଏବଂ କର୍ମଚାରୀ ନିଲମ୍ବିତ
ବାଲିଅନ୍ତା ଲିଞ୍ଚିଂ ଘଟଣାରେ ବଡ଼ ଆକ୍ସନ । ୪ ପୋଲିସ ଅଧିକାରୀ ଏବଂ କର୍ମଚାରୀ ନିଲମ୍ବିତ । ନିଲମ୍ବିତଙ୍କ ମଧ୍ୟରେ…
ଗୁରୁ ଦିବସରେ ଆନ୍ଦୋଳନରତ ଶିକ୍ଷକମାନଙ୍କୁ ଭେଟିଲେ ମନ୍ତ୍ରୀ
ଗୁରୁ ଦିବସରେ ଆନ୍ଦୋଳନରତ ଶିକ୍ଷାକମାନଙ୍କୁ ଭେଟିଲେ ମନ୍ତ୍ରୀ । ରାଜଧାନୀର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ୨୧ ଦିନ…

