ଆଜିଠାରୁ ଆରମ୍ଭ ହେବ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ।

ଆଜିଠାରୁ ଆରମ୍ଭ ହେବ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ। ଭାରତୀୟ ଅଧିନାୟକ ଭାବରେ ରିଷଭ ପନ୍ତଙ୍କର ଏହା ପ୍ରଥମ ଟେଷ୍ଟ୍ ହେବ। ଭାରତ ସିରିଜ୍ ରେ ୦-୧ ପଛରେ ଅଛି।ତେଣୁ ସିରିଜ୍ ଡ୍ରରେ ଶେଷ କରିବାକୁ ହେଲେ ଯେକୌଣସି ଭାବେ ଏହି ଟେଷ୍ଟ୍ ଜିତିବାକୁ ପଡିବ। ଦକ୍ଷିଣ ଆଫ୍ରିକାର ବାଭୁମା ପୁଣି ଥରେ ଟେଷ୍ଟ୍ ଅଧିନାୟକ ଭାବରେ ପଡିଆକୁ ଓହ୍ଲାଇବେ।

 

ଗୌହାଟୀ ବରସାପାରା କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଏହି ଟେଷ୍ଟ୍ ର ସମୟ ପ୍ରଥମ ମ୍ୟାଚ୍ ଠାରୁ ଭିନ୍ନ । ଗୌହାଟି ପ୍ରଥମ ଥର ପାଇଁ ଏହି ଟେଷ୍ଟ ମ୍ୟାଚ୍ ଆୟୋଜନ କରିଛି । ରିଷଭ ପନ୍ତ ପ୍ରଥମ ଥର ପାଇଁ ପୂର୍ଣ୍ଣକାଳୀନ ଟେଷ୍ଟ ଅଧିନାୟକ ଭାବରେ କାର୍ଯ୍ୟ କରିବେ।ଦଳର ଅଧିନାୟକତ୍ୱ କରିବାରେ ୩୮ ତମ ଭାରତୀୟ ହେବେ ରିଷଭ। ଶୁଭମନ ଗିଲ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ମଧ୍ୟ ଆଘାତ ଯୋଗୁଁ ମ୍ୟାଚ୍ ଖେଳିବେ ନାହିଁ ବୋଲି ସୂଚନା ରହିଛି।

Post Views50 Total Count

Apply Now


This will close in 0 seconds

error: Content is protected !!