ଏହି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଠପ୍ ! ଆୟୁଷ ଡାକ୍ତରଙ୍କ ଅହୋରାତ୍ର ଧାରଣା

ବଲାଙ୍ଗୀରରେ ଆୟୁଷ ଡାକ୍ତରଙ୍କ ଅହୋରାତ୍ର ଧାରଣା । ୮ ଦଫା ଦାବି ନେଇ ଆନ୍ଦୋଳନକୁ ଜୋରଦାର କରିଛି ସଂଘ। ଆଗରୁ ୧୫ ଦିନ ଧରି କଳାବ୍ୟାଜ୍ ପରିଧାନ କରିବା ସହ ୭ ଦିନ ହେଲା ଡାକ୍ତରୀ ଛାତ୍ରଛାତ୍ରୀ ବଲାଙ୍ଗୀର ଆୟୁର୍ବେଦିକ କଲେଜ ସମ୍ମୁଖରେ ତାଲା ବନ୍ଦ ଆନ୍ଦୋଳନ କରି ଧାରଣା ଦେଇଥିଲେ। କିନ୍ତୁ ସରକାର ସେମାନଙ୍କ ଦାବି ନ ଶୁଣିବାରୁ ଅହୋରାତ୍ର ଧାରଣାରେ ବସିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ। ପୂର୍ବରୁ ଏନେଇ ଜିଲ୍ଲା ପ୍ରଶାସନ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛି ଆୟୁଷ୍ମ ଡାକ୍ତରୀ ସଂଘ।

ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ୍ ମହାଲିଙ୍ଗ ବିରୋଧୀ ଦଳରେ ଥିବା ବେଳେ ଆୟୁର୍ବେଦିକ କଲେଜକୁ ଆସି ତାଙ୍କର ଦାବୀ ଯୁକ୍ତିଯୁକ୍ତ ବୋଲି କହିଥିଲେ। କିନ୍ତୁ ସରକାରକୁ ଆସିବା ପରେ ଏବେ ଚୁପ୍। ତାହାକୁ ନିନ୍ଦା କରି ଶୀତ ରାତିରେ ଶହଶହ ଛାତ୍ରଛାତ୍ରୀ ଅହରାତ୍ର ଧାରଣାରେ ବସିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ବଲାଙ୍ଗୀର ଆସୁଛନ୍ତି ବାହାଘର ଭୋଜି ଖାଇ ଯାଉଛନ୍ତି। କିନ୍ତୁ ସେହି ରାସ୍ତାରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି, ସେମାନଙ୍କ ଆଲୋଚନା ବି କରୁ ନାହାନ୍ତି। ଏହାକୁ ନେଇ ବହୁତ କ୍ଷୁବଧ ହୋଇଛି ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ।

Post Views32 Total Count

Apply Now


This will close in 0 seconds

error: Content is protected !!