ଭାରତ ଗସ୍ତ ବେଳେ ମେସିଙ୍କୁ ମିଳିଲା ଦାମୀ ଉପହାର

ଭାରତ ଗସ୍ତ ବେଳେ ମେସିଙ୍କୁ ମିଳିଲା ଦାମୀ ଉପହାର। ୧୦.୯ କୋଟିର ଘଣ୍ଟା ଦେଲେ ଅନନ୍ତ ଅମ୍ବାନୀ।ଫୁଟବଲ କିଂବଦନ୍ତି ଲିଓନେଲ ମେସି ଭାରତ ଗସ୍ତରେ ଆସିଥିବା ବେଳେ ଅନନ୍ତ ଅମ୍ବାନୀଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବନ୍ୟଜନ୍ତୁ ଉଦ୍ଧାର, ଥଇଥାନ ଓ ସଂରକ୍ଷଣ କେନ୍ଦ୍ର ‘ବନତାରା’କୁ ସ୍ବତନ୍ତ୍ର ପରିଦର୍ଶନ କରିିଥିଲେ।

ସନାତନ ଧର୍ମ ଅନୁସାରେ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ଭାଗ ନେଇଥିଲେ, ବନ୍ୟଜନ୍ତୁମାନଙ୍କ ସହ ସମୟ କାଟିଥିଲେ, ସଂରକ୍ଷଣ ଟିମ୍ ଓ ବନ୍ୟଜନ୍ତୁଙ୍କ ଯତ୍ନରେ ନିୟୋଜିତ ଲୋକମାନଙ୍କ ସହ ଭାବ ବିନିମୟ କରିଥିଲେ।

ମେସିଙ୍କ ଏହି ପରିଦର୍ଶନ ମାନବିକତା ମୂଲ୍ୟବୋଧ ଓ ଅନନ୍ତଙ୍କ ସହିତ ତାଙ୍କ ଗଭୀର ବନ୍ଧୁତାକୁ ଦର୍ଶାଇଥିଲା। ଏହି ସମୟରେ ଅନନ୍ତ ତାଙ୍କୁ ଏକ ଦାମୀ ଘଣ୍ଟା ଦେଇଥିବା ଜଣାଯାଇଛି।

Post Views18 Total Count

Apply Now


This will close in 0 seconds

error: Content is protected !!