ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ

ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ । ୪ ଦିନିଆ ରିମାଣ୍ଡରେ ଯିବେ ଶଙ୍କର, ସୁରେଶ ଓ ସାଗର । ଏନେଇ ସ୍ବତନ୍ତ୍ର ସିବିଆଇ କୋର୍ଟ ଅନୁମତି ମିଳିଛି ।

ଝାରପଡ଼ା କାରାଗାରରୁ ୩ ଜଣଙ୍କୁ ନେଇ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା । ଏହି ୩ ଅଭିଯୁକ୍ତ ଏସ୍ଆଇ ଅନିୟମିତତାର ମୁଖ୍ୟ କାର୍ପଟଦାର ବୋଲି ଦର୍ଶାଇଛି ସିବିଆଇ । ବିଶେଷ କରି ଶଙ୍କର ଠାରୁ ହଜାରେ କୋଟି ଟଙ୍କା ଡିଲ୍, ପ୍ରଚ୍ଛଦପଟରେ ଥିବା ବ୍ୟକ୍ତିଙ୍କ ଭୂମିକା କଣ ଥିଲା ତାହା ଜାଣିବା ପାଇଁ CBI ଯୋଜନା କରିଛି ।

ସୁରେଶଠାରୁ ମଧ୍ୟ ଅନେକ ପ୍ରମାଣ ଯୋଗାଡ଼ କରିବ CBI । ସେହିପରି ଆଶାୟୀ ଓ ଦଲାଲଙ୍କ ୧୩୩ଟି ମୋବାଇଲ ସିବିଆଇ ନେଇଛି । ସେହି ଫୋନ୍ ରୁ ଡିଲିଟ ହୋଇଥିବା ଡାଟା ରିକଭରି ପାଇଁ ଏକ ସଂସ୍ଥାକୁ ପଠାଇବ ।

Post Views32 Total Count

Apply Now


This will close in 0 seconds

error: Content is protected !!