ଭାରତରୁ ଏହି ଖେଳାଳି ନେଇଗଲେ ୮୯ କୋଟି

ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ୍‌ର ଲିଓନେଲ୍ ମେସିଙ୍କ ୩ ଦିନିଆ ଭାରତ ଗସ୍ତକୁ ନେଇ ଏ ଯାଏଁ ଥମୁନି ଚର୍ଚ୍ଚା । ଏବେ ଏମିତି କିଛି ତଥ୍ୟ ସାମ୍ନାକୁ ଆସଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଭାରତ ଟୁର୍‌ ପାଇଁ ମେସିଙ୍କ ଉପରେ ହୋଇଥିଲା ଟଙ୍କା ବର୍ଷା । ହେଲେ ସେ ଖୁସି ନଥିଲେ । ଲୋକେ ଛୁଇଁଥିବାରୁ ସେ ରାଗି ଯାଇଥିଲେ। ୮୯ କୋଟି ଟଙ୍କା ନେଇଥିଲେ ବି ତାଙ୍କୁ କେହି ସ୍ପର୍ଶ କରୁ ବୋଲି ଚାହୁଁନଥିଲେ ଫୁଟବଲର୍ । ଏପରି କିଛି ବଡ଼ ଖୁଲାସା କରିଛନ୍ତି ମେସିଙ୍କ ଭାରତ ଟୁର୍ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଶତାଦ୍ରୁ ଦତ୍ତ ।

ମେସି କୋଲାକତା ସଲ୍ଟ ଲେକ୍ କାର୍ଯ୍ୟକ୍ରମରେ ରାଗି ଯାଇଥିଲେ । ଲୋକେ ମନଇଚ୍ଛା ଆସି ତାଙ୍କୁ ଆଲିଙ୍ଗନ କରୁଥିଲେ । ପୋଲିସ, ନେତା,ମନ୍ତ୍ରୀଙ୍କ ଭଳି ଭିଆଇପି ତାଙ୍କୁ ଘେରି ରହିଥିଲେ । ପଶ୍ଚିମବଙ୍ଗର କ୍ରୀଡା ମନ୍ତ୍ରୀ ଥିବା ଅରୁପ ବିଶ୍ୱାସ ମେସିଙ୍କ ପାଖ ଛାଡୁନଥିଲେ । ତାଙ୍କର ଅଣ୍ଟାକୁ ଧରି ଫଟୋ ଉଠାଉଥିଲେ । ଏପରିକି ମନ୍ତ୍ରୀଙ୍କ ପରିବାର ଲୋକ ମଧ୍ୟ ମେସିଙ୍କୁ ଘେରି ରହିଥିଲେ, ଯାହାକି ଆଦୌ ଗ୍ରହଣୀୟ ନଥିଲା ।

ଅତି ଖରାପ ଆୟୋଜନ ପାଇଁ ଲିଓନେଲ ମେସି ମାତ୍ର ୧୦ ମିନିଟ୍‌ ରହି ଫେରିଯାଇଥିଲେ । ଫଳରେ ତାଙ୍କର ଟିକିଏ ଝଲକ ଦେଖିବାକୁ ୧୦ରୁ ୨୦ ହଜାର ଟଙ୍କା ଦେଇ ଟିକେଟ୍‌ କରିଥିବା ଦର୍ଶକ ଦେଖି ନପାରି ନିରାଶ ହୋଇଥିଲେ ।

Post Views4 Total Count

Apply Now


This will close in 0 seconds

error: Content is protected !!