ନୂଆ ବର୍ଷରେ ନୂଆ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ

ନୂଆବର୍ଷରେ ରାଜ୍ୟର ନୂଆ ଶାସନ ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ଟାସ୍କ୍। ଶାସନ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବାକୁ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ୧୫ଟି ଟାସ୍କ ଦେଇଛନ୍ତି ସିଏମ୍ ମୋହନ ଚରଣ ମାଝୀ। ଏହା ମଧ୍ୟରେ ରହିଛି ଆସନ୍ତା ଦୁଇ ବର୍ଷ ଭିତରେ ଭିଜନ ଡକ୍ୟୁମେଣ୍ଟ୍ ଲକ୍ଷ୍ୟ ହାସଲ। ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

୨୦୩୬ ଓଡ଼ିଶାକୁ ୫ ବିକଶିତ ରାଜ୍ୟ ମଧ୍ୟରେ ଆଣିବା ସହ ୫୦୦ ବିଲିୟନ ଡଲାର ଅର୍ଥନୀତି ସହ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି। ୨ ବର୍ଷରେ ସମସ୍ତ ସରକାରୀ ପଦ ପଦବୀକୁ ପୂରଣ କରିବା ସହ ଦୁର୍ନୀତିଗସ୍ତ, ଅପରାଗ ଓ ଦାୟିତ୍ବହୀନ ଅଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଲାଗି ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସବୁ ସରକାରୀ କାର୍ଯ୍ୟ ଲାଗି ବିଜ୍ଞପ୍ତି କେବଳ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଚିବାଳୟଠାରୁ ବ୍ଲକ୍ ଓ ତହସିଲ ପର୍ଯ୍ୟନ୍ତ ସବୁ ଅଧିକାରୀ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିବାକୁ ସୋସିଆଲ ମିଡିଆର ବହୁଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ପ୍ରକଳ୍ପର ନିୟମିତ ସମୀକ୍ଷା ସହ ଲୋକଙ୍କ ସମସ୍ୟାକୁ ନିଜ ଆଖିରେ ଦେଖି ସମାଝାନ ପାଇଁ ସବୁ ସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

Post Views28 Total Count

Apply Now


This will close in 0 seconds

error: Content is protected !!