ସିବିଆଇ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ୍ । ଆସନ୍ତା ଦୁଇ ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ ପ୍ରବୀଣ ସୁଦ୍ । କର୍ଣ୍ଣାଟକ ନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ପ୍ରବୀଣ । ଏବେ ସିବିଆଇ ନିର୍ଦ୍ଦେଶକ ଥିବା ସୁବୋଧ କୁମାର ଜୈଶଓ୍ୱାଲ ଆସନ୍ତା ୨୫ ତାରିଖରେ ଅବସର ନେବେ ।
ତାପରେ ଦାୟିତ୍ୱ ନେବେ ପ୍ରବୀଣ ସୁଦ୍ । କର୍ଣ୍ଣାଟକ ନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ପୋଲିସ ଡିଜି ପ୍ରବୀଣ ସୁଦ୍ । କଂଗ୍ରେସ ନେତା ଡିକେ ଶିବକୁମାର ଆଣିଥିଲେ ବଡ଼ ଅଭିଯୋଗ ।
ବିଜେପି ନେତାଙ୍କୁ ସୁହେଇଲା ଭଳି କାମ କରୁଥିଲେ ପୋଲିସ ଡିଜି । ବିଜେପି ନେତାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଥିଲେ ।

