ବୋମା ଖାଇ ଗୁରୁତର ହାତୀ ମୃତ

 ଅନୁଗୁଳରେ ଗତକାଲି ଠାବ ହୋଇଥିବା ଅସୁସ୍ଥ ହାତୀର ଜୀବନ ଯାଇଛି। ଗୁରୁତର ହାତୀକୁ କପିଳାସ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି।

 

ସୂଚନା ମୁତାବକ, ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁ ନିକଟରେ ଗତକାଲି ସକାଳେ ଏକ ୫ବର୍ଷର ହାତୀ ଗୁରୁତର ହୋଇ ପଡ଼ିଥିଲା। ହାତୀ କେଉଁ ସ୍ଥାନରୁ ହାତ ତିଆରି ବୋମା ଖାଇଥିବା ବେଳେ ପାଟିରେ ଗଭୀର କ୍ଷତ ହୋଇଥିଲା। ପାଟିରୁ ରକ୍ତ ଝରିବା ସହିତ ହାତୀ ମାଟିରୁ ଉଠି ପାରିନଥିଲା। ତେବେ ବନ ବିଭାଗ ବାଳୁଅକଟା ଗାଁରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲା। ତେବେ ରାତି ପର୍ଯ୍ୟନ୍ତ ହାତୀର ସ୍ୱାସ୍ଥବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଫଳରେ ହାତୀକୁ ଅଧିକ ଚିକିତ୍ସା ପାଇଁ ଗତକାଲି ରାତିରେ ଐରାବତ ସ୍ୱତନ୍ତ୍ର ଗାଡ଼ିରେ କପିଳାସ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାର ମୃତ୍ୟୁ ହୋଇଥିଲା।

 

କପିଳାସରେ ପହଞ୍ଚିବା ପୂର୍ବରୁ ଗୁରୁତର ହାତୀର ଜୀବନ ଚାଲିଯାଇଥିଲା। ଉକ୍ତ ହାତୀଟି ହିନ୍ଦୋଳ ବନାଞ୍ଚଳରୁ ୫୧ ଟିକିଆ ହାତୀ ସହିତ ଅନୁଗୁଳ ଆସିଥିବା କୁହାଯାଉଥିବା ବେଳେ କେଉଁ ସ୍ଥାନରୁ ବୋମା ଖାଇଲା ତାହା ବନ ବିଭାଗ ପାଖରେ ଖବର ନାହିଁ। ତେବେ ଅନୁଗୁଳରେ ହାତୀ ଅସୁରକ୍ଷିତ ହୋଇପଡିଥିବା ବେଳେ ଗୋଟିଏ ପରେ ଗୋଟିଏର ଜୀବନ ଯାଉଛି।

Post Views5 Total Count

Apply Now


This will close in 0 seconds

error: Content is protected !!