ବିଜେଡି ନେତାଙ୍କ ଘରେ ଘନ ଘନ ଚଢ଼ାଉ

ଗଞ୍ଜାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଚଢ଼ାଉ । ୧୦୦ ଜଣିଆ ଟିମ୍‌ର ଏକକାଳୀନ ଚଢ଼ଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।  ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ। ବାଲି, ମଦ ବ୍ୟବସାୟୀଙ୍କ ଘ‌ରେ ଛାପା ମାରିଲା ଇଡି । ଆଜି ସକାଳୁ ସକାଳୁ ପୂରା ଜିଲ୍ଲାକୁ ଇଡି ଟିମ୍‌ ଖେଦି ଯାଇଛନ୍ତି । ସମୟ ଯେତିକି ବଢ଼ିଲା, ଗୋଟିଏ ପରେ ଗୋଟିଏ ଟିମ୍‌ ଚଢ଼ଉ କରୁଥିବାର ଖବର ଆସିଲା । ବ୍ରହ୍ମପୁର ସହରର ୫ରୁ ୬ ସ୍ଥାନରେ ଚଢ଼ଉ ହୋଇଛି। ଜୟପ୍ରକାଶ ନଗର, ଅମ୍ବିକା ନଗର, ବିଜିପୁର, ଲାଞ୍ଜିପଲ୍ଲୀ ସହ ସହର ଉପକଣ୍ଠ କନିଷିରେ ଚଢ଼ଉ କରିଛି ଇଡି। ବାଲି, ମଦ ବ୍ୟବସାୟୀଙ୍କ ସହ ବିଜେଡି ପୃଷ୍ଠପୋଷକ ସାଜିଥିବା ଠିକାଦାରଙ୍କ ଘରେ ଘନ ଘନ ଚଢ଼ଉ ହୋଇଛି । ସେହିପରି ଶେରଗଡ଼, ବୁଗୁଡ଼ା, ହିଞ୍ଜିଳି, ଆସ୍କା ଓ ଛତ୍ରପୁରରେ ବି ଚଢ଼ଉ ହୋଇଛି ।

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମା ନଗର ଠାରେ ଥିବା ବିଶିଷ୍ଟ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ କାର୍ଯ୍ୟାଳୟରେ ମଧ୍ୟ ଚାଲିଛି ଇଡି ଚଢ଼ାଉ କରିଛି । ଗଞ୍ଜାମ ଜିଲ୍ଲା ଆସିକା-ଶେରଗଡ଼ର ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ଇଡି ରେଡ୍‌ କରୁଛି। ଆଜି ସକାଳୁ ତିନୋଟି ଟିମ ତାଙ୍କ ଶେରଗଡ଼ ସ୍ଥିତ ପୈତୃକ ଘରେ ଚଢାଉ କରୁଛି ।

ହୃଷିକେଶ ପାଢୀ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ମଧ୍ୟ ରହିଛନ୍ତି । ତେବେ ମନି ଲଣ୍ଡରିଂ ନା ଆଉ କେଉଁ କାରଣ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି, ତାହା ଜଣାପଡିନାହିଁ । ସେହିପରି ବ୍ରହ୍ମପୁରର ବ୍ୟବସାୟୀ ଘରେ ଇଡି ଚଢ଼ାଉ । ବିଜିପୁର କାଳୁଆସାହିର ବ୍ୟବସାୟୀ ବିଶ୍ବନାଥ ପାତ୍ରଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି ।

Post Views19 Total Count

Apply Now


This will close in 0 seconds

error: Content is protected !!