ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ଚାଲିଛି ସମୀକ୍ଷା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ  ଚାଲିଛି ସମୀକ୍ଷା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୧୭ ତାରିଖରେ ହେବ ଲୋକାର୍ପଣ ଉତ୍ସବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି।ଭକ୍ତଙ୍କ ସମାଗମକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଉଛି। ସମସ୍ତ ଆୟୋଜନ ନେଇ ବୈଠକରେ ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ।

ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥ୍ୟୁ ଭାଥାନନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍, ଅତିରିକ୍ତ ଡିଜିପି ସଂଜୟ କୁମାରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି ।

ସମାରୋହରେ ସାମିଲ ହେବା ପାଇଁ ଲକ୍ଷାଧିକ ସାଧୁ ସନ୍ଥ, ଶ୍ରଦ୍ଧାଳୁ ପୁରୀ ଆସିବେ। ଲୋକାର୍ପଣ ଉତ୍ସବ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଆୟୋଜିତ ହେବ, ସେନେଇ ପୁରୀ ସର୍କିଟ ହାଉସରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମୀକ୍ଷା କରୁଛନ୍ତି । ରାଜ୍ୟ ତଥା ଦେଶର ବିଭିନ୍ନ ମନ୍ଦିରରୁ ସାଧୁ ସନ୍ଥ ଶ୍ରୀକ୍ଷେତ୍ର ଆସିବେ। ଭବ୍ୟ ଲୋକାର୍ପଣ ଉତ୍ସବ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!