ଅପହରଣ ହୋଇଥିବା ଜାହାଜ ଉଦ୍ଧାର

ଉଦ୍ଧାର ହେଲା ଅପହରଣ ହୋଇଥିବା ଜାହାଜ । ସୋମାଲିଆ ସମୁଦ୍ର ଉପକୂଳରେ ଜଳଦସ୍ୟୁଙ୍କ ଦ୍ବାରା ଅପହୃତ ହୋଇଥିବା ଲାଇବେରିଆର ପଣ୍ୟବାହୀ ଜାହଜ ଏମ୍‌ଭି ଲିଲା ନରଫୋକ୍‌କୁ ଉଦ୍ଧାର କରିବାରେ ଭାରତୀୟ ନୌସେନା ସଫଳ ହୋଇଛି। ଏହି ଜାହାଜରେ ୧୫ଜଣ ଭାରତୀୟଙ୍କ ସହିତ ୨୧ ଜଣ କ୍ରୁ ସଦସ୍ୟ ରହିଥିଲେ। ଗୁରୁବାର ଉଦ୍ଧାର ପାଇଁ ଜରୁରୀ ସଂକେତ ପାଇବା ପରେ ଭାରତୀୟ ନୌସେନା ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଅପହରଣ ହୋଇଥିବା ଅଞ୍ଚଳକୁ ଆଇଏନଏସ ଚେନ୍ନାଇ ଜାହାଜକୁ ପଠାଯାଇଥିଲା। ନୌସେନାର ମେରାଇନ କମାଣ୍ଡୋ ଜାହାଜକୁ ଠାବ କରି ସେମାନଙ୍କ ଅଭିଯାନ ଆରମ୍ଭ କରିଥିଲେ। ସେଥିରେ କୌଣସି ଅପହରଣକାରୀ ନଥିବା ବିଷୟ ନୌସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଚେତାବନୀ ପରେ ଜଳଦସ୍ୟୁମାନେ ସମ୍ପର୍କ ପାଇଁ ଅନୁମତି ଦେଇଥିଲେ। କଥାବାର୍ତା ପରେ ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଥିଲା। ଏହାପରେ ସହାୟକ ଯୁଦ୍ଧପୋତ ଜରିଆରେ ଜାହାଜ ଭିତରକୁ ମେରାଇନ କମାଣ୍ଡୋମାନେ ପ୍ରବେଶ କରିଥିଲେ। ପଇଁତାର ବିମାନ ଦ୍ବାରା ଭାରତୀୟ ନୌସେନା ଦ୍ବାରା ଶକ୍ତିଶାଳୀ କାର୍ୟ୍ୟାନୁଷ୍ଠାନ ନିଆଯିବା ନେଇ ଧମକ ଦିଆଯିବା ପରେ ସମ୍ଭବତଃ ଜଳଦସ୍ୟୁମାନେ ଛାଡ଼ି ପଳାଇ ଥାଇପାରନ୍ତି ବୋଲି ନୌସେନା ପକ୍ଷରୁ କୁହାଯାଇଛି।

ନୌସେନା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ପଣ୍ୟବାହୀ ଜାହାଜଟି ବ୍ରାଜିଲର ପୋର୍ଟ ଡୁ ଆକୋ ବନ୍ଦରରୁ ଯାତ୍ରା ଆରମ୍ଭ କରି ବାହାରିନ୍‌ର ଖଲିଫା ବିନ୍‌ ସଲମନ ବନ୍ଦରରେ ପହଞ୍ଚିବା ଥିଲା। ସୋମାଲିଆ ଠାରୁ ପ୍ରାୟ ୫୫୦ କିମି ଦୂର ଆରବ ସାଗର ମଧ୍ୟରେ ଜଳଦସ୍ୟୁମାନେ ଏହାକୁ ଅପହରଣ କରିନେଇଥିଲେ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!