କଟକ ବିକାଶର 5T ସମୀକ୍ଷା

() ଗ୍ରାମାଞ୍ଚଳ ପରେ ସହରାଞ୍ଚଳ ଲୋକ ଓ ସରକାରୀ କର୍ମଚାରୀ ପାଇବେ ବିଏସକେଓ୍ବାଇ ନବୀନ କାର୍ଡ । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଯୋଜନାରେ ସାମିଲ କରାଯିବ। କଟକ ବାଲିଯାତ୍ରା ଉପର ପଡ଼ିଆରେ ଏନେଇ ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏବେ ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲିଠୁ ଏଥିପାଇଁ ଅନଲାଇନରେ ପଂଜୀକରଣ କରାଯିବ। ପ୍ରତି ପଞ୍ଚାୟତରେ ବାକି ରହିଥିବା ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ 5T ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି। ସହରାଞ୍ଚଳର ଲୋକ ପରବର୍ତ୍ତୀ ପର୍ଯ୍ୟାୟରେ ବିଏସକେଓ୍ବାଇ ନବୀନ କାର୍ଡ ପାଇବେ। ପ୍ରତି ପଞ୍ଚାୟତକୁ ଲକ୍ଷ୍ମୀ ଯୋଜନାରେ ସରକାରୀ ବସ ଗଡିବ। କଟକରେ ଫେବ୍ରୁଆରୀ ଶେଷ ସୁଦ୍ଧା ଯୋଜନାର ଶୁଭାରମ୍ଭ କରାଯିବ। ଆମ ବ୍ୟାଙ୍କ ଯୋଜନାରେ କଟକ ଜିଲ୍ଲାର ସବୁ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ମିଳିବ। 5Tରେ ସମସ୍ତ ସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଉଛି। ୮୦ ପ୍ରତିଶତ ଲୋକ ସରକାରୀ ସ୍କୁଲ ଉପରେ ନିର୍ଭର କରନ୍ତି। ସେମାନଙ୍କ ସ୍ବପ୍ନକୁ ସାକାର କରିବାକୁ ସଶକ୍ତ କରାଯାଉଛି। କଟକର ମେରୁଦଣ୍ଡ ତାଳଦଣ୍ଡା କେନାଲକୁ ନୂଆ ରୂପ ଦିଆଯାଇଛି। ଥରେ କେନ୍ଦ୍ରାପଡ଼ାରୁ ହେଲିକପ୍ଟରରେ ଆସିଲା ବେଳେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ କଥା କହିଥିଲେ। ତାଙ୍କ ଆଖିରେ କଟକ ପ୍ରତି ଭଲ ପାଇବା ଦେଖିଥିଲେ 5T ଅଧ୍ୟକ୍ଷ। ପହଞ୍ଚିବା ପରେ ତାଳଦଣ୍ଡା କେନାଲ ସଫା କରିବାକୁ ସ୍ଥାନୀୟ ନେତୃବୃନ୍ଦ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଗୋଟିଏ ବର୍ଷ ଭିତରେ ତାଳଦଣ୍ଡା କେନାଲ ପ୍ୟାରିସ, ଭେନିସ ଭଳି ଲାଗୁଛି। ସେଠାରେ ରାତିରେ ବୋଟିଂ ଚାଲିଛି। କଟକ ଏସସିବି ମେଡିକାଲର ରୂପାନ୍ତରଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଚାହୁଁଥିଲେ, ଚିକିତ୍ସା ପାଇଁ କେହି ଓଡ଼ିଶା ବାହାରକୁ ନଯାଆନ୍ତୁ। ଏମସ ପ୍ଲସ ଭଳି ଏସସିବିକୁ କରିବାକୁ ଚାହୁଁଥିଲେ। ଏବେ ଏହାକୁ ଭାରତରେ ୫ନମ୍ବର ବଡ଼ ହସପିଟାଲ କରିଛନ୍ତି। ଆସନ୍ତା ଶହେ ବର୍ଷକୁ ପ୍ଲାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ରୂପାନ୍ତରଣ କରିଛନ୍ତି। ବାଦାମବାଡ଼ି ବସଷ୍ଟାଣ୍ଡକୁ ନେତାଜୀ ବସ ଟର୍ମିନାଲ କରିଛନ୍ତି। ସାରା ରାଜ୍ୟରେ କଟକରେ ସବୁଠୁ ବେଶୀ ରୂପାନ୍ତରଣ କରାଯାଇଛି। କଟକ ଜିଲ୍ଲାରେ ବିଜେଡିର ସ୍ଥିତି ମଜବୁତ ରହିଛି। ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀରେ ବିଜେଡି ଜିତିକି ଆସିବ। ୨୦୧୪ ଓ ୨୦୧୯ ନିର୍ବାଚନରେ କେଉଁ ନିର୍ବାଚନମଣ୍ଡଳୀରେ କେତେ ମାର୍ଜିନରେ ଜିତିଛନ୍ତି। ୨୦୨୪ରେ ରେକର୍ଡ ମାର୍ଜିନରେ ଜିତି ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେବାକୁ 5T ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି। ଯେଉଁ ବୁଥରେ ପୂର୍ବ ମାର୍ଜିନରୁ ଅଧିକ କରିକି ନେଲେ ନବୀନ ନିବାସ ଡାକି ମୁଖ୍ୟମନ୍ତ୍ରୀଙ୍କୁ ପରିଚୟ କରାଇବେ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

କଟକ ବାଲିଯାତ୍ରା ତଳ ପଡିଆରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୂଆ ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ। ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେ କହିଥିଲେ। ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ଅଛନ୍ତି । ସଫଳତା ପାଇବାକୁ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢିବାର ଅଛି। ହେଲେ କେବଳ ଭଲ ପାଠ ପଢିଲେ ସଫଳତା ପାଇବେନି । ସଫଳତା ପାଇବାକୁ ହେଲେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବାକୁ ପଡିବ । ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ସେଥିଲାଗି ଏ ନୂଆ ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଭାର ବିକାଶ ଗୁରୁତ୍ବପୂର୍ଣ୍ଣ। ଛାତ୍ରଛାତ୍ରୀମାନେ ବିଜୟ ହେଲେ ଖୁସି ଲାଗିବ। ସେଥିଲାଗି ଅଂଶଗ୍ରହଣ କରିବାକୁ ପଡିବ । ସବୁଥିରେ ଅଂଶଗ୍ରହଣ କଲେ ବହୁତ ଜିନିଷ ଶିଖି ପାରିବେ । ଯାହା ଜୀବନରେ ଅନେକ କାର୍ଯ୍ୟରେ ଆସିବ। ଏହା ଆପଣଙ୍କର ଆତ୍ମବିଶ୍ବାସ ବଢାଇବ । ପ୍ରତିଯୋଗିତାକୁ ସାମନା କରିବାକୁ ହେଲେ ଆତ୍ମବିଶ୍ବାସ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀ ନିଜ ପାଇଁ ବିଶ୍ବସ୍ତ ରୁହନ୍ତୁ । ପ୍ରତିଦିନ ୩୦ ମିନିଟ ଶରୀର ପାଇଁ ଧ୍ୟାନ ଦିଅନ୍ତୁ ।

ଶାରିରୀକ ବ୍ୟାୟାମ ସହ ମାନସିକ ସଜାଗ ମଧ୍ୟ ଆବଶ୍ୟକ । ମନ ପାଇ ଦିନକୁ ୧୫ ମିନିଟ ଧ୍ୟାନ କରନ୍ତୁ । ଆତ୍ମ ବିଶ୍ବାସ ବୃଦ୍ଧି କରିବାକୁ କଠିନ ପରିଶ୍ରମ ଆବଶ୍ୟକ । ଦିନରାତି ଯିଏ ଏକା କରି ଖଟିବ ସିଏ ଉପରକୁ ଯିବ । ସିଏ ସଫଳତା ହାସଲ କରିବ । ସଫଳତାର କାରଣ କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ । ଆତ୍ମ ବିଶ୍ବାସ, କଠିନ ପରିଶ୍ରମ ପାଇଁ ସମସ୍ତେ ଲାଗି ପଡିବେ। ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ । ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କଟକ ବାଲିଯାତ୍ରା ତଳ ପଡିଆରେ କଟକ ଜିଲ୍ଲାର 140ଟି କଲେଜରୁ 18ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ଉପସ୍ଥିତ ଥିଲେ ।…

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!