ବିମାନ କମ୍ପାନୀ ସର୍ବାଧିକ ପ୍ରଭାବିତ ଯାତ୍ରୀମାନଙ୍କୁ ୧୦,୦୦୦ ମୂଲ୍ୟର ଏକ ଯାତ୍ରା ଭାଉଚର ପ୍ରଦାନ

ଡିସେମ୍ବର୩ ରୁ ୫, ୨୦୨୫ ମଧ୍ୟରେ ବାତିଲ ହୋଇଥିବା ବିମାନ ପାଇଁ ପୂର୍ଣ୍ଣ ଫେରସ୍ତ ପ୍ରକ୍ରିୟାକରଣ କରାଯାଇଛି । ଏହି ଫେରସ୍ତ ଯାତ୍ରୀମାନଙ୍କୁ ଟିକେଟ ବୁକ୍ କରିଥିବା କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, UPI କିମ୍ବା ବ୍ୟାଙ୍କ ଆକାଉଣ୍ଟ । ଇଣ୍ଡିଗୋରେ ସିଧାସଳଖ ବୁକ୍ କରିଥିବା ଯାତ୍ରୀମାନଙ୍କୁ ବ୍ୟବହୃତ ସମାନ ପେମେଣ୍ଟ ପଦ୍ଧତି ବ୍ୟବହାର କରି ଟଙ୍କା ଫେରସ୍ତ କରାଯାଉଛି ।

ବିମାନ କମ୍ପାନୀ ସର୍ବାଧିକ ପ୍ରଭାବିତ ଯାତ୍ରୀମାନଙ୍କୁ ୧୦,୦୦୦ ମୂଲ୍ୟର ଏକ ଯାତ୍ରା ଭାଉଚର ପ୍ରଦାନ କରିବ । ଏହି ଭାଉଚର ଆଗାମୀ ୧୨ ମାସ ପାଇଁ ବୈଧ ରହିବ ଏବଂ ଭବିଷ୍ୟତର ଯେକୌଣସି ଇଣ୍ଡିଗୋ ବିମାନ ବୁକିଂ ପାଇଁ ବ୍ୟବହାର କରାଯାଇପାରିବ । ବିମାନ ବାତିଲ କିମ୍ବା ୩ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲେ ମିଳିବ କ୍ଷତିପୂରଣ । ଏଥିପାଇଁ ଯାତ୍ରଙ୍କୁ ମୋବାଇଲ ନମ୍ବର, ଇମେଲ ଠିକଣା ସଠିକ୍ ଦେବାକୁ ପରାମର୍ଶ ଦିଆଯାଇଛି ।

ଯଦି କୌଣସି ଯାତ୍ରୀଙ୍କ ସୂଚନା ସିଷ୍ଟମରେ ଅପଡେଟ୍ ହୋଇନାହିଁ, ତେବେ ସେମାନେ ଇମେଲ୍ ମାଧ୍ୟମରେ ଆମ ସହିତ ଯୋଗାଯୋଗ କରିପାରିବେ । ଇଣ୍ଡିଗୋ ଯାତ୍ରୀମାନଙ୍କୁ customer.experience@goindigo.in ରେ ଇମେଲ୍ କରିବାକୁ ପରାମର୍ଶ ଦେଉଛି ।

Post Views7 Total Count

Apply Now


This will close in 0 seconds

error: Content is protected !!