ଇରାନ ଛାଡ଼ି ପଳାଇବାକୁ ଭାରତୀୟ ନାଗରିକଙ୍କୁ ଓ୍ୱାର୍ଣ୍ଣିଂ

ଦେଶ ଛାଡ଼ି ପଳାଅ ଭାରତୀୟ ନାଗରିକ। ଓ୍ୱାର୍ଣ୍ଣିଂ ଜାରି କଲା ଭାରତୀୟ ଦୂତବାସ। ଜାରି ହେଲା ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର। ଇରାନରେ ମାଡ଼ିଛି ବିଦ୍ରୋହର ନିଆଁ। ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବିରୁଦ୍ଧରେ ରାଜରାସ୍ତାକୁ ବାହାରି ଆସିଛନ୍ତି ଜନତା। ଆନ୍ଦୋଳନକାରୀଙ୍କୁ ଗୁଳି କରିବାକୁ ଇରାନ ସରକାରଙ୍କ ଖୋଲା ଅନୁମତି ପରେ ପ୍ରାୟ ୧୫ ହଜାର ଲୋକଙ୍କ ଜୀବନ ଗଲାଣି। ଏହାରି ମଧ୍ୟରେ ଇରାନ ଉପରେ ଆମେରିକା ଆକ୍ରମଣ କରିବାକୁ ଧମକ ଦେଇଛି। ତେଣୁ ତେହେରାନରେ ଥିବା ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଜରୁରୀ ସୂଚନା ଜାରି କରିଛି ।

ଇରାନରେ ଭାରତୀୟ ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ, ପର୍ଯ୍ୟଟକଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କରିଛି ଭାରତୀୟ ଏମ୍ବେସି। ଯେହେତୁ ଇରାନ ସରକାର ଆନ୍ଦୋଳନ କାରୀଙ୍କୁ ସିଧା ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ତେଣୁ ଭାରତୀୟଙ୍କୁ ସତର୍କତା ଅବଲମ୍ବନ କରି ସହ ପ୍ରତିବାଦ କିମ୍ବା ପ୍ରଦର୍ଶନ ସ୍ଥାନକୁ ନଯିବାକୁ ପରାମର୍ଶ ଦିଆ ଯାଇଛି। ସେହିପରି ଭାରତୀୟ ନାଗରିକଙ୍କୁ ପାସପୋର୍ଟ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଗୁଡ଼ିକୁ ସାଇତି ରଖିବାକୁ ଅନୁରୋଧ କରାଯାଇଛି। ଯେକୌଣସି ସହାୟତା ପାଇଁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଇରାନରେ ରହୁଥିବା ଯେଉଁ ଭାରତୀୟମାନେ ପଞ୍ଜିକରଣ କରିନାହାଁନ୍ତି, ସେମାନେ ଏହାକୁ ତୁରନ୍ତ କରାଇନେବା ଉଚିତ। ଦୂତାବାସ ଏଥିପାଇଁ ଏକ ଲିଙ୍କ୍ ପ୍ରଦାନ କରିଛି। ଇଣ୍ଟରନେଟ୍ ସମସ୍ୟା ଯୋଗୁଁ ନକରିପାରିଲେ, ଭାରତରେ ଥିବା ସେମାନଙ୍କ ପରିବାର ପଞ୍ଜିକରଣ କରିପାରିବେ। କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ହେଲ୍ପଲାଇନ୍ ନମ୍ୱର ମଧ୍ୟ ଜାରି କରିଛି ଇଣ୍ଡିଆନ ଏମ୍ବେସି।

Post Views21 Total Count

Apply Now


This will close in 0 seconds

error: Content is protected !!