ସ୍ବାମୀଙ୍କ ଠାରୁ ଚାଲାଣ କାଟିଲେ ସ୍ତ୍ରୀ

ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ମହିଳା ଆଂଚଳିକ ପରିବହନ ଅଧିକାରୀ (RTO) ସୋନା ଚାଣ୍ଡେଲ । ସୋନା ଚାଣ୍ଡେଲ ଟ୍ରାଫିକ ନିୟମ ଉପରେ ତାଙ୍କର କଡା ଆକ୍ସନ ପାଇଁ ଏବେ ଶିରୋନାମାରେ ଅଛନ୍ତି । ସେ ପ୍ରମାଣିତ କରିଛନ୍ତି ଯେ, ଆଇନ ସରକାରୀ ପଦବୀ ଏବଂ ପାରିବାରିକ ସଂପର୍କ ସମସ୍ତଙ୍କ ପାଇଁ ସମାନ ।

ତେବେ ନିରପେକ୍ଷତା ଓ ସଚ୍ଚୋଟତା ପାଇଁ ଆଜି ସୋନା ଚାଣ୍ଡେଲ ଚର୍ଚ୍ଚାରେ। ଏହାର ଏକ ବଡ ଉଦାହରଣ ଦେଖିବାକୁ ମିଳିଥିଲା, ଯେତେବେଳେ ସେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିବା ଏକ ସ୍କୁଟରର ତଦାରଖ କରିଥିଲେ । ତଥାପି, ଏହି ସ୍କୁଟରଟି ତାଙ୍କ ସ୍ବାମୀଙ୍କର ଥିଲା । ହେଲେ ମହିଳା ଅଧିକାରୀ କିନ୍ତୁ ଗାଡି ଉପରେ ଚାଲାଣ କାଟିଥିଲେ ଆଉ ସ୍ବାମୀଙ୍କୁ ଏହି ଦେୟ ଦେବାକୁ ପଡିଥିଲା।

ସେହିପରି ଚାଣ୍ଡେଲ ନିଜ ବିଭାଗର ଏକ ଗାଡିକୁ ଯାଞ୍ଚ କରିଥିଲେ, ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା କାରଟି ବୈଧ ପ୍ରଦୂଷଣ ନିୟନ୍ତ୍ରଣ(PUCC) ପ୍ରମାଣପତ୍ର ବିନା ଚାଲୁଥିବା ଜାଣିବା ପରେ ସେ ତୁରନ୍ତ ବିଭାଗ ବିରୁଦ୍ଧରେ ଜରିମାନା ଜାରି କରିଥିଲେ।

ଚାଣ୍ଡେଲଙ୍କ କଠୋରତାର ପ୍ରଭାବ ସରକାରୀ ରେକର୍ଡରେ ପ୍ରତିଫଳିତ ହୋଇଛି । ୨୦୨୪-୨୫ ସମୟ ସୁଦ୍ଧା ତାଙ୍କ ଦ୍ବାରା ପ୍ରାୟ ଅଢେଇ କୋଟି ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି । ଏସବୁ ଟଙ୍କା ସିଧାସଳଖ ଭାବେ ସରକାରୀ ରାଜକୋଷରେ ଜମା ହୋଇଛି ।

Post Views5 Total Count

Apply Now


This will close in 0 seconds

error: Content is protected !!