ଭୋଜିରେ କେବଳ ଗୋଟିଏ ଡିସ

ସରକାରୀ ଖର୍ଚ୍ଚ କାଟ୍ କରିବା ଏବଂ ବିଦ୍ୟୁତ୍ ଓ ଇନ୍ଧନ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାର ନୂଆ ‘ମିତବ୍ୟୟିତା ନୀତି’ଘୋଷଣା କରିଛନ୍ତି।

ସରକାରୀ ବିଭାଗଗୁଡ଼ିକ ପାଇଁ କୌଣସି ନୂଆ ଗାଡ଼ି କିଣାଯାଇପାରିବ ନାହିଁ। ଏହା ସହିତ ସରକାରୀ ଗାଡ଼ିଗୁଡ଼ିକୁ ମିଳୁଥିବା ମାଗଣା ପେଟ୍ରୋଲ-ଡିଜେଲ୍ କୋଟାରେ ୫୦ ପ୍ରତିଶତ କମ କରାଯାଇଛି । ବିବାହ ଏବଂ ଅନ୍ୟାନ୍ୟ ସାମାଜିକ ଉତ୍ସବରେ ଖାଦ୍ୟ ନଷ୍ଟ ରୋକିବା ପାଇଁ କଡ଼ା ନିୟମ ଜାରି ହୋଇଛି। ଭୋଜିରେ ଆଉ ବହୁବିଧ ବ୍ୟଞ୍ଜନ ପରିବେଷଣ କରାଯାଇପାରିବ ନାହିଁ । କେବଳ ଗୋଟିଏ ମୁଖ୍ୟ ଖାଦ୍ୟ ତିଆରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଦ୍ୟୁତ୍ ଶକ୍ତି ବଞ୍ଚାଇବା ପାଇଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ଓ ବଜାରଗୁଡ଼ିକୁ ରାତି ୯ଟା ସୁଦ୍ଧା ବନ୍ଦ କରିବାକୁ କୁହାଯାଇଛି। ମନ୍ତ୍ରୀ ଏବଂ ସରକାରୀ ଅଫିସରମାନଙ୍କ ବିଦେଶ ଗସ୍ତ ଉପରେ କଟକଣା ଲଗାଯାଇଛି। ସରକାରୀ ଅର୍ଥରେ କୌଣସି ବିଳାସପୂର୍ଣ୍ଣ ଜିନିଷ କିମ୍ବା ନୂଆ ସରକାରୀ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!