ଦେଶକୁ ମିଳିଲା ନୂଆ ସିଡିଏସ୍ । ତୃତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ନେଇଛନ୍ତି ଏନଏସ୍ ରାଜା ସୁଭ୍ରମଣି । ତିନି ସଶନ୍ତ୍ର ବାହିନୀ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ପ୍ରଥମ ସିଡିଏସ ବିପିନ ରାୱତ, ଦ୍ୱିତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ ଅନୀଲ ଚୌହାନଙ୍କ ପରେ ଦେଶର ତୃତୀୟ ସିଡିଏସ ହୋଇଛନ୍ତି ରାଜା ସୁବ୍ରମଣି । ଶନିବାର ଅବସର ନେଇଥିଲେ ଅନୀଲ ଚୌହାନ । ଦାୟିତ୍ୱ ଗ୍ରହଣ କରି ସେନା ଏବଂ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ସମନ୍ୱୟ ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ନୂଆ ସିଡିଏସ୍ ସୁବ୍ରମଣି ।
ଦାୟିତ୍ୱ ଗ୍ରହଣ କରି ନୂଆ ସିଡିଏସ କହିଛନ୍ତି, ସାଂଗଠନିକ ସଂସ୍କାର ଏବଂ ସଶସ୍ତ୍ର ବାହିନୀର ରୂପାନ୍ତର ଏବଂ ତ୍ରିସେବା ମଧ୍ୟରେ ଗଭୀର ସମନ୍ବୟ ତାଙ୍କର ପ୍ରାଥମିକତା ମଧ୍ୟରେ ରହିବ । ଆମେ ସଶସ୍ତ୍ର ବାହିନୀରେ ସ୍ୱଦେଶ ଅସ୍ତ୍ରଶସ୍ତ୍ରର ବିକାଶ ଏବଂ ତିନୋଟି ସେବାର ସମନ୍ୱୟ ଉପରେ ଦ୍ରୁତ ଗତିରେ କାମ କରିବୁ । ଆମର ସଶସ୍ତ୍ର ବାହିନୀ ଜାତୀୟ ସ୍ୱାର୍ଥର ସୁରକ୍ଷାରେ ନିରନ୍ତର ବୃତ୍ତିଗତତା ଏବଂ ନିର୍ଣ୍ଣାୟକତା ପ୍ରଦର୍ଶନ କରିଛି । ଆମେ ଭାରତର ସାର୍ବଭୌମତ୍ୱ ବଜାୟ ରଖିବା ଏବଂ ଏହାର କ୍ଷେତ୍ରୀୟ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ପ୍ରତିବଦ୍ଧ । ‘ମୁଁ ଭାରତର ନାଗରିକମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ସଶସ୍ତ୍ର ବାହିନୀ ସମର୍ପଣ, ସାହସ, ସମ୍ମାନ ଏବଂ ବୃତ୍ତିଗତତାର ସହିତ ରାଷ୍ଟ୍ରର ସେବା ଜାରି ରଖିବ।’
୪୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା ଜେନେରାଲ ସୁବ୍ରମଣି ବିଭିନ୍ନ ଭୂଖଣ୍ଡରେ କାର୍ଯ୍ୟ କରିଛନ୍ତି । ବିଭିନ୍ନ କମାଣ୍ଡ, ଷ୍ଟାଫ୍ ଏବଂ ତାଲିମ ନିଯୁକ୍ତି ଗ୍ରହଣ କରିଛନ୍ତି । ଜେନେରାଲ ସୁବ୍ରମଣି ଜୁଲାଇ ୧ , ୨୦୨୪ ରୁ ୩୧ ଜୁଲାଇ, ୨୦୨୫ ପର୍ଯ୍ୟନ୍ତ ସେନାର ଉପାଧ୍ୟକ୍ଷ ଭାବରେ ଏବଂ ୨୦୨୩ ମାର୍ଚ୍ଚ ରୁ ୨୦୨୪ ଜୁନ୍ ପର୍ଯ୍ୟନ୍ତ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବରେ କାର୍ଯ୍ୟ କରିଛନ୍ତି । ତାଙ୍କର ଉଲ୍ଲେଖ୍ୟନୀୟ କାର୍ଯ୍ୟ ପାଇଁ ସେବା ମେଡାନ ପରବ ବିଶିଷ୍ଟ, ଅତି ବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଏବଂ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଛି ।

