ସମ୍ପର୍କୀୟ ଭାଇକୁ ଭୁଜାଲି ମାରିଲା ଭାଇ

ବ୍ରାଉନସୁଗାର କାରବାରକୁ ବାରଣ କରିବାରୁ ସମ୍ପର୍କୀୟ ଭାଇକୁ ଭୁଜାଲି ମାରିଲା ଭାଇ, ଭୁଜାଲି ମାଡ଼ରେ ଯୁବକ ଗୁରୁତ୍ୱର, ଗୁରୁତ୍ୱର ଯୁବକ ଜଣକ ହେଲେ ସେକ ସରାଫତ, ପ୍ରଥମେ ଜଳେଶ୍ୱର ପରେ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ ପୋଲିସର ତଦନ୍ତ ଜାରୀ ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜପୁର ବସ୍ତି ଅଞ୍ଚଳରେ, ସୂଚନା ଅନୁଯାୟୀ ରାଜପୁର ଗ୍ରାମର ସେକ କରାମତ ଔରଫ ଗରିବୁଲା ଦୀର୍ଘ ଦିନ ହେବ ବ୍ରାଉନ ସୁଗାର କାରବାର କରି ଆସୁଥିଲା ବେଳେ ସମ୍ପର୍କୀୟ ଭାଇ ସେକ ସରାଫତ କତାରରେ ରହି ଘରକୁ ଫେରି ଆଜି ବ୍ରାଉନସୁଗାର କାରବାର କରିବାକୁ ବାରଣ କରିଥିଲେ।

ତେବେ ଏହି ବାରଣକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇ ଶେଷରେ ଉଗ୍ର ରୂପ ଧାରଣା କରିଥିଲା, ସେକ କରାମତ ଔରଫ ଗରିବୁଲା ଏକ ଭୁଜାଲିରେ ସମ୍ପର୍କୀୟ ଭାଇ ସରାଫତକୁ ଆକ୍ରମଣ କରିଥିଲା।

ଭୁଜାଲି ସରାଫତର ଜଙ୍ଘ ଓ ପେଟରେ ମାଡ଼ ହୋଇଥିଲା ବେଳେ ପରିବାର ଲୋକ ସଂଗେ ସଂଗେ ଗୁରୁତର ଯୁବକକୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲା ବେଳେ ଅଧିକ ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି, ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରୀ ରହିଛି।

Post Views17 Total Count

Apply Now


This will close in 0 seconds

error: Content is protected !!