ହୋଲିରେ ୮ କୋଟିର ଆମିଷ ବିକ୍ରି

ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର । ହୋଲି ଖେଳିବା ସହ ଆମିଷର ମଜା ଉଠାଇଛନ୍ତି ଭୁବନେଶ୍ବରବାସୀ । ରାଜଧାନୀରେ କୋଟି କୋଟି ଟଙ୍କାର ଆମିଷ ବିକ୍ରି ହୋଇଛି। ୮ କୋଟିର ଆମିଷ ବିକ୍ରି ହୋଇଥିବାରୁ ବ୍ୟବସାୟୀ ଖୁସି ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନାନୁସାରେ, ହୋଲିରେ ୬୦ ଟନ୍‌ରୁ ଅଧିକ ଖାସି ମାଂସ ବିକ୍ରି ହୋଇଛି। ଖାସି ମାଂସ କେଜି ପିଛା ୮୫୦ରୁ ୯ଶହ ଟଙ୍କାରେ ବିକ୍ରି ହୋଇଥିବାବେଳେ ମୋଟ୍‌ ୩ କୋଟି ୨ ଲକ୍ଷ ୪୦ ହଜାର ଟଙ୍କାର ଖାସି ମାଂସ ବିକ୍ରି କରାଯାଇଛଇ।

ସେହିପରି ୩ କୋଟି ୩୬ ଲକ୍ଷ ୬୫ ହଜାର ଟଙ୍କାର ଚିକେନ୍‌ ମଧ୍ୟ ବିକ୍ରି ହୋଇଛି। ଏହା ସହ ପାଖାପାଖି ୧୨୮ ଟନ୍‌ର ମାଛ ବ୍ୟବସାୟ ହୋଇଛି। ତେବେ ରାଜଧାନୀରେ ମୋଟ ୮ କୋଟି ୪୧ ଲକ୍ଷ ଟଙ୍କାର ଆମିଷ ବିକ୍ରି ହୋଇଥିବା ଜଣାପଡିଛି।

Post Views23 Total Count

Apply Now


This will close in 0 seconds

error: Content is protected !!