ଖାଉଟିଙ୍କୁ ଝଟକା । ଯୁଦ୍ଧର ପ୍ରଭାବ ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି । ବଜାରରେ ଖାଇବା ତେଲ ଦର ବୃଦ୍ଧି ପାଇଛି । କିଛିଦିନ ତଳେ ରିଫାଇନ୍ ତେଲ ଲିଟର ୧୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇଦିନ ହେଲା ଲିଟର ପିଛା ୧୭୦ଟଙ୍କାରେ ବିକ୍ରି ହେଉଛି। ଚାହିଦାଠାରୁ କମ୍ ପରିମାଣର ତେଲ ଆସୁଥିବାରୁ ରିଫାଇନ୍, ପାମୋଲିନ୍ ତେଲରେ ବଢିବାରେ ଲାଗିଛି ।
ହୋଲସେଲ୍ରେ ରିଫାଇନ୍ ତେର ୩ରୁ ୪ଟଙ୍ଗା ବଢିଥିବା ବେଳେ ପାମୋଲିନ୍ ତେଲ ୨ରୁ ୩ଟଙ୍ଗା ବଢିଛି। ଖୁଚୁରାରେ ରିଫାଇନ୍ ଲିଟରକୁ ୮ରୁ ୧୦ ଟଙ୍କା ବଢିଥିବା ବେଳେ ପାମୋଲିନ୍ ଲିଟରକୁ ୫ରୁ ୬ ଟଙ୍କା ବଢିଥିବା ସୂଚନା ରହିଛି ।
ବଜାରରେ ରିଫାଇନ୍ ତେଲର ୩୦ରୁ ୪୦ପ୍ରତିଶତ ଅଭାବ ଏହି ବୃଦ୍ଧି ପଛର କାରଣ ବୋଲି କୁହାଯାଉଛି। ରିଫାଇନ୍ ତେଲ ମାଲେସିଆ, ମିଙ୍ଗାପୁର ଆଦିରୁ ଆସୁଥିବା ବେଳେ ପାମୋଲିନ୍ ତେଲ ଇଣ୍ଡୋନେସିଆରୁ ଆସିଥାଏ। ବର୍ତ୍ତମାନ ରମଜାନ ମାସ ଚାଲିଥିବାରୁ ମୁସଲିନ ବହୁଳ ଦେଶରେ ଅଧିକାଂଶ ଲୋକ କାର୍ୟ୍ୟ କରନ୍ତି ନାହିଁ । ତେଣୁ ପାମୋଲିନ୍ ଦର ଅଧିକ ରହିଛି ।

