ବିଶ୍ୱକପ୍ ଟ୍ରଫି ନିଜ ନାମରେ କଲା ଭାରତ

୨୦୨୬ T20 ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ଏକତରଫା ଭାବେ ପରାସ୍ତ କରି ଭାରତ ବିଶ୍ୱକପ୍ ଟ୍ରଫି ନିଜ ନାମରେ କରିଛି । ଏହି ବିଜୟ ସହ ଭାରତ ପ୍ରଥମ ଦଳ ଭାବେ କ୍ରମାଗତ ଦୁଇଥର ଏବଂ ସର୍ବମୋଟ ତିନିଥର T20 ବିଶ୍ୱକପ୍ ଜିତିବାର ଗୌରବ ହାସଲ କରିଛି ।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ରୂପ ଧାରଣ କରିଥିଲା।

ଓପନର ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ କିୱି ବୋଲରଙ୍କୁ ନିର୍ଧୂମ ପ୍ରହାର କରିଥିଲେ। ଅଭିଷେକ ମାତ୍ର ୧୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବାବେଳେ ସଞ୍ଜୁ ସାମସନ ୮୯ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହାସହ ଈଶାନ କିଶନଙ୍କ ୫୪ ରନ୍ ଏବଂ ଶେଷ ଆଡ଼କୁ ଶିବମ ଦୁବେଙ୍କ ୮ ବଲରେ ୨୬ ରନର କ୍ୟାମିଓ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ **୨୫୫ ରନ୍** ସଂଗ୍ରହ କରିଥିଲା।

T20 ବିଶ୍ୱକପ୍ ଫାଇନାଲ ଇତିହାସରେ ଏହା ସର୍ବାଧିକ ଦଳଗତ ସ୍କୋର।୨୫୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ଚାପରେ ରହିଥିଲା । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ କିୱି ବ୍ୟାଟରମାନେ ଜଣକ ପରେ ଜଣେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ଯଶପ୍ରୀତ ବୁମରା ଏବଂ ଅକ୍ଷର ପଟେଲ ନିଜର ଯାଦୁକରୀ ସ୍ପେଲ୍‌ରେ ନ୍ୟୁଜିଲାଣ୍ଡର ଅଣ୍ଟା ଭାଙ୍ଗି ଦେଇଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ କେବଳ ଟିମ୍ ସେଇଫର୍ଟ (୫୨) କିଛି ସମୟ ପାଇଁ ସଂଘର୍ଷ କରିଥିଲେ, କିନ୍ତୁ ତାହା ବିଜୟ ପାଇଁ ଯଥେଷ୍ଟ ନଥିଲା ।

Post Views26 Total Count

Apply Now


This will close in 0 seconds

error: Content is protected !!