୨୪ ପର୍ଯ୍ୟନ୍ତ ନାହିଁ ଆଶ୍ବସ୍ତି

ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ରାଜ୍ୟରେ ୨୪ ତାରିଖ ଯାଏଁ ତାତିରୁ ତ୍ରାହି ନାହିଁ। ସକାଳୁ ପ୍ରବଳ ଖରା । ସଞ୍ଜ ନଇଁଲା ଯାଏଁ ଲୁ ବହୁଛି । ରାତିରେ ବି ଭୀଷଣ ଗରମ ହେଉଛି । ଆଗାମୀ ୫ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ସତର୍କତା ଜାରି ହୋଇଥିବା ବେଳେ, ଆଜି ୪୦ ଡିଗ୍ରି ଉପରେ ଥିଲା ୧୦ରୁ ଅଧିକ ଜିଲ୍ଲାର ତାପମାତ୍ରା । ସେପଟେ ଗ୍ରୀଷ୍ମପ୍ରବାହ ସ୍ଥିତି ସମୀକ୍ଷା କରିବା ସହ ବାତ୍ୟା ଆଶ୍ରୟସ୍ଥଳୀ ଭଳି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆଶ୍ରୟସ୍ଥଳୀ ନିର୍ମାଣ ହେବ ବୋଲି କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।

ଖାଁ ଖାଁ ସଡ଼କ… ଅଘୋଷିତ କର୍ଫ୍ୟୁ… । ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଭୀଷଣ ଗୁଳୁଗୁଳି । ୧୦ଟା ବେଳକୁ ଆକାଶରୁ ନିଆଁ ଖସୁଛି, ପବନରେ ଝାଞ୍ଜି ବହୁଛି । ଦିନ ବଢ଼ିବା ସହ ତତଲା କଢ଼େଇରେ ଭାଜି ହେଉଛି ସାରା ଓଡ଼ିଶା । ନାଲି ଦେଖାଯାଉଥିବା ପଶ୍ଚିମ ଓଡ଼ିଶାକୁ ଯେମିତି ଗିଳି ଦେଇଛି ଗ୍ରୀଷ୍ମପ୍ରବାହ । ଆଜି ୧୦ରୁ ଅଧିକ ଜିଲ୍ଲାରେ ୪୦ ଡିଗ୍ରି ଉପରେ ପାରଦ ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!