ଵିଵାହ ଭୋଜି ଖାଇ ୪୦୦ ରୁ ଅଧିକ ଲୋକ ଅସୁସ୍ଥ

ଗୁଜରାଟର ଦାହୋଦ ଜିଲ୍ଲାର ଆଭଲୋଦ ଗାଁରେ ଏକ ବିବାହ ଉତ୍ସବରେ ବିଷାକ୍ତ ଖାଦ୍ୟ ଖାଇବା ପରେ ୪୦୦ ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ବହୁ ସଂଖ୍ୟକ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ, ବିବାହ ଉତ୍ସବରେ ଲୋକେ ଖାଦ୍ୟ ଖାଇବାର କିଛି ଘଣ୍ଟା ମଧ୍ୟରେ ବାନ୍ତି, ଝାଡ଼ା ଏବଂ ପେଟ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିଥିଲେ। ପ୍ରଭାବିତ ଲୋକଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରୁ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ସୂଚନା ଦିଆଯାଇଥିଲା।

ଅସୁସ୍ଥ ଲୋକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଅନୁଯାୟୀ, ଅଧିକାଂଶ ପୀଡ଼ିତଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି। କିଛି ଜଣଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଖାଦ୍ୟରେ କିଛି ସମସ୍ୟାଥିବାର ସନ୍ଦେହ କରାଯାଇଛି।

ପରିବେଷଣ କରାଯାଇଥିବା ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, ରିପୋର୍ଟ ଆସିବା ପରେ ହିଁ ଖାଦ୍ୟ ବିଷାକ୍ତ ହେବାର ପ୍ରକୃତ କାରଣ ସ୍ପଷ୍ଟ ହେବ। ସେମାନେ ଏହି ଘଟଣାରେ ଜଡିତ ଖାଦ୍ୟ ଯୋଗାଣ ବ୍ୟବସ୍ଥାର ମଧ୍ୟ ତଦନ୍ତ କରୁଛନ୍ତି, ଯାହା ଦ୍ଵାରା ଯଦି କୌଣସି ଅବହେଳା ଦେଖାଯାଏ ତେବେ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!