ପ୍ରତ୍ୟେକ ବାପା-ମା’ ଚାହାନ୍ତି ପିଲା ଭଲ ପାଠ ପଢୁ। ଆଗକୁ ବଢୁ। ପରୀକ୍ଷାରେ ଭଲ ନମ୍ବର ଆଣୁ। ସ୍କୁଲ୍ର ଟପ୍ପର ତାଲିକାରେ ତାର ବି ନାଁ ଆସୁ। ଯଦି ଏହି ଆଶା ପୂରଣ କରିବାରେ କିମ୍ବା ନମ୍ବର ରେ କିଛି ଏପଟ ସେପଟ ହେଲା ତେବେ କଥା ସରିଲା। ପିଲାଙ୍କୁ ପଡେ ଧୁମ୍ ଗାଳି। ଯେଉଁଥି ପାଇଁ ଅନେକ ପିଲା ଜୀବନ ମଧ୍ୟ ହାରି ଦିଅନ୍ତି। ଏମିତି ତ ଅନେକ ଖବର ଆପଣ ଶୁଣିଥିବେ। କିନ୍ତୁ ପିଲା କେବଳ ୩୫ ପ୍ରତିଶତ ମାର୍କ ରଖିଲେ। ଯାହାକୁ ଆମେ କହୁଛୁ ଜଷ୍ଟ ପାସ୍ କଲେ କେବେ ସେଲିବ୍ରେସନ୍ ହେବାର ଆପଣ ଦେଖିଛନ୍ତି କି. ହଁ ଆପଣ ଠିକ୍ ଶୁଣୁଛନ୍ତି , ପୁଅ ୧୦ମ ଶ୍ରେଣୀରେ ରଖିଲେ ମାତ୍ର ୩୫%. ଟପ୍ପର ହେଲା ପରି ସେଲିପ୍ରେସନ୍ କଲେ ବାପା ମାଆ।
କମ୍ ନମ୍ବରରେ ଖୁସି ପରିବାର। ପୁଅ ପାସ୍ କଲା ସେତିକି ଯଥେଷ୍ଟ। ଏଥିପାଇଁ ଚାଲିଛି ସେଲିବ୍ରେସନ୍। ଖୁଆଯାଉଇଛି ମିଠା। ଏବଳି ଏକ ଘଟଣା ଘଟିଛି ମୁମ୍ବାଇରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓକୁ ଆଇଏଏସ ଅଫିସର ଅୱନିଶ ସରଣ ଟୁଇଟରରେ ସେୟାର କରିଛନ୍ତି। ସେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ମୁମ୍ବାଇରେ ରହୁଥିବା ୧୦ମ ଶ୍ରେଣୀର ଏହି ଛାତ୍ର ପରୀକ୍ଷାରେ ୩୫ ପ୍ରତିଶତ ନମ୍ବର ରଖିଛି। ପିଲାର ବାପା-ମା’ ମନ ଦୁଃଖ କରିବା ବଦଳରେ ଖୁସି ହୋଇ ମିଠା ବାଣ୍ଟିଥିଲେ। ’
ସୂଚନା ଅନୁଯାୟୀ, ମୁମ୍ବାଇ ଠାଣେର ବାସିନ୍ଦା ବିଶାଲ। ୧୦ମ ପାଠପଢ଼ା ସେ ମରାଠୀ ମାଧ୍ୟମରେ କରିଥିଲେ। ତାଙ୍କ ବାପା ଜଣେ ଅଟୋ ଚାଳକ। ତାଙ୍କର ଇଚ୍ଛା ଥିଲା ବିଶାଲ ପରୀକ୍ଷାରେ କଳେବଳେ କୌଶଳେ କେମିତି ପାସ ହୋଇଯାଉ। ପୁଅ ପାସ ହୋଇଗଲେ ହିଁ ତାଙ୍କ ସ୍ବପ୍ନ ପୂରା ହୋଇଯିବ। ଯାହାକି ବିଶାଲ କରି ଦେଖାଇଥିଲେ। ଏଥିପାଇଁ ତାଙ୍କ ବାପା ଓ ମା’ଖୁସି ହୋଇଯାଇଥିଲେ। ବିଶାଲ ଆଗକୁ ଇଞ୍ଜିନିୟରିଂରେ କ୍ୟାରିୟର ଗଢ଼ିବେ ବୋଲି ଆଶା ରଖିଛନ୍ତି। ବାପା ମାଆ ମଧ୍ୟ ପୁଅକୁ ତାର ସ୍ବପ୍ନ ପୂରଣ କରିବାରେ ସାହାଯ୍ୟ କରିବେ ବୋଲି କହିଛନ୍ତି।

