ଗଭୀର ହୋଟେଲ୍, ଭୂପୃଷ୍ଠରୁ ୪୨୦ ମିଟର ତଳେ ହେଉଛି ରାତ୍ରିଯାପନ

ଆପଣ ରେଷ୍ଟୁରାଣ୍ଟ ଯାଉଥିବେ, ବୁଲାବୁଲି କରିବାକୁ ଯିବା ସମୟରେ ବାହାରେ ହୋଟେଲ୍ରେ ରହୁଥିବେ। କିନ୍ତୁ କେତେ ଗଭୀର ହୋଟେଲ୍ ବିଷୟରେ ଶୁଣିଛନ୍ତି କି। ଯାହାକୁ କୁହାଯାଉଛି, ଡିପେଷ୍ଟ ହୋଟେଲ୍। ୟୁନାଇଟେଡ କିଙ୍ଗଡମ୍ର ଭିକ୍ଟୋରିଆ ସ୍ଥିତ ଖଣି ଭିତରେ ରହିଛି ଏହି ହୋଟେଲ୍। ଭୂପୃଷ୍ଠରୁ ୪୨୦ ମିଟର ଗଭୀରତାରେ ଥିହା ଏହି ହୋଟେଲ୍ରେ ରାତ୍ରିଯାପନର ମଜା ନେଉଛନ୍ତି ଲୋକେ। ଅବଶ୍ୟ ଏହି ହୋଟେଲରେ ପହଞ୍ଚିବାକୁ ଲୋକଙ୍କୁ ବହୁ କଠିନ ପଥ ଦେଇ ଯିବାକୁ ପଡୁଛି।
ପ୍ରଥମେ ଜଣେ ପଥ ପ୍ରଦର୍ଶକଙ୍କ ସହାୟତାରେ ପୁରୁଣା ଖଣିର ଏକ ପରିତ୍ୟକ୍ତ ପାହାଡ଼ ଅଞ୍ଚଳ ଅତିକ୍ରମ କରିବାକୁ ପଡ଼ିବ। ଘଣ୍ଟାକର ଏହି କଠିନ ଯାତ୍ରା ମଧ୍ୟରେ ଖଣିର ପଥର ପାହାଚ, ପୁରୁଣା ପୋଲ ଓ ଖସଡ଼ା ରାସ୍ତା ଆଦି ରହିଛି। ଅବଶ୍ୟ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ହେଲମେଟ, ଟର୍ଚ୍ଚ, ଜୋତା ଆଦି ଯୋଗାଇ ଦିଆଯାଇଥାଏ। ଏହି ଅବସରରେ ତାଙ୍କ ସାଥିରେ ଥିବା ପ୍ରଦର୍ଶକ ଜଣକ ସଂପୃକ୍ତ ପରିବେଶ ବିଷୟରେ ଐତିହାସିକ ସୂଚନା ପ୍ରଦାନ କରିଥା’ନ୍ତି। ଏକ ବିଶାଳ ଲୌହଦ୍ବାର ଯାତ୍ରା ଶେଷ କରିବା ପରେ ଶୟନକକ୍ଷର ପ୍ରବେଶ କରିବାକୁ ହୁଏ। ପାହାଡ ଭିତରେ କାଠରେ ହୋଇଛି ଘର। ହୋଟେଲ ଭିତରେ ପଶିଲେ ରାତ୍ରିଭୋଜନ ଓ ସକାଳେ ଜଳଖିଆ ଓ ଅନ୍ୟାନ୍ୟ ସୁବିଧା ମିଳେ ପର୍ଯ୍ୟଟକଙ୍କୁ।

ସେହିପରି ସକାଳ ସାଢ଼େ ଦଶଟା ସୁଦ୍ଧା ସେମାନଙ୍କୁ ଖଣି ଭିତରୁ ବାହାରି ପୁଣି କଠିନ ପଥରେ ଫେରିବାକୁ ହୋଇଥାଏ। ତେବେ ଏଠାରେ ଗୋଟିଏ ରାତିର ରହଣି ପାଇଁ ଜଣେ ଅତିଥିଙ୍କୁ ୩୫୦ ପାଉଣ୍ଡ୍ ଏବଂ ଦୁଇ ଜଣଙ୍କ ଲାଗି ୫୫୦ ପାଉଣ୍ଡ ବା ପାଖାପାଖି ୫୭ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ତେବେ ଏହି ହୋଟେଲ୍କୁ ଆଡଭେଞ୍ଚରସ୍ ବୋଲି କହିଛନ୍ତି ଏଠାରେ ରହିକି ଆସିଥିବା ପର୍ଯ୍ୟଟକ। ଏମାନଙ୍କ କହିବା ଅନୁଯାୟୀ, ହୋଟେଲ୍ ସହ ଏହା ଏକ ଗୁମ୍ଫା ପରି ଅନୁଭବ ହୁଏ। ଜୀବନରେ ଥରଟେ ହେଲେ ବି ଏଠାରେ ରହିବାର ସୁଯୋଗ ସମସ୍ତଙ୍କୁ ମିଳୁ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!