ରଙ୍ଗ ମିସ୍ତ୍ରୀରୁ ଡେପୁଟି କଲେକ୍ଟର, ୧୭ ବର୍ଷରେ ବାପାଙ୍କୁ ହରାଇଥିଲେ

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। କଠିନ ପରିଶ୍ରମ ଏକ ମାତ୍ର ଉପାୟ ସଫଳତା ପାଇବାର। ଦୃଢ ଇଚ୍ଛା ଶକ୍ତି ଏବଂ ନିରନ୍ତର ଚେଷ୍ଟାଦ୍ବାରା ହିଁ ନିଜ ସ୍ବପ୍ନ ପୂରଣ କରିହୁଏ। ବିନା କୌଣସି ମେହନତ୍‌ରେ ସଫଳତାର ସ୍ୱାଦ ଚାଖିବା କଷ୍ଟ। କଠିନ ପରିଶ୍ରମ ଏବଂ ସଫଳ , ଯାହାକୁ ପ୍ରମାଣ କରି ଦେଖାଇଛନ୍ତି କେରଳର ଅବିନ ଗୋପୀ । ଦିନ ମଜୁରିଆରୁ ସେ ହୋଇଛନ୍ତି ପ୍ରଶାସନିକ ଅଧିକାରୀ।
ଖୁବ୍ କମ୍ ବୟସରେ ଅର୍ଥାତ୍ ୧୭ବର୍ଷ ବୟସରେ ଚାଲିଗଲେ ବାପା। ପରିବାର କେମିତି ଚଳିକ ସେହି ଚିନ୍ତାରେ ସେ ରୋଜଗାର କଥା ଚିନ୍ତା କଲେ। କେତେବେଳେ ଫୁଡ୍‌ ଡେଲିଭରୀ ବୟ, କେତେବେଳେ ପେଣ୍ଟର ତ କେତେବେଳେ ଦିନ ମଜୁରିଆ ଭାବେ କାମ କଲେ। କିନ୍ତୁ ପଢାପ୍ରତି ତାଙ୍କର ଆଗ୍ରହ ଥିଲା। ସେ ପାଠ ପଢି ଚାକିରି ପାଇଁ ଚାହୁଁଥିଲେ। ଦିନେ ସେ ଏ ସମ୍ପର୍କରେ ତାଙ୍କ ସମ୍ପର୍କୀୟଙ୍କ ସହ କଥା ହେଉଥିଲେ। ତାଙ୍କ ଲକ୍ଷ୍ୟ ଦେଖି ସମ୍ପର୍କୀୟ ପଢିବା ପାଇଁ ତାଙ୍କୁ ବହି କିଣି ଦେଲେ। ଦୀର୍ଘ ୨ ବର୍ଷ ପଢିବା ପରେ ସେ କେରଳ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି।
ଅବିନଙ୍କ ଏହି ସଫଳତାର କାହାଣୀକୁ ଆଇଏଏସ ଡ. ସୁମିତା ମିଶ୍ର ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ଜରିଆରେ ସେୟାର କରିଛନ୍ତି । ଏବଂ କ୍ୟାପସମନ୍‌ରେ ଲେଖିଛନ୍ତି, ଜଣେ ରଙ୍ଗମିସ୍ତ୍ରୀ ରୁ ଡେଲିଭରି ବୟ ଶେଷରେ କିପରି ନିଜର ପରିଶ୍ରମ ବଳରେ କେରଳର ଅବିନ ସଫଳତାର ଶିଢି ଚଢି ଶେଷରେ ଜଣେ ପ୍ରଶାସନିକ ଅଧିକାରୀ ବନିଛନ୍ତି । ଏହି ପୋଷ୍ଟ ସେୟାର ହେବା ପରେ ଅନେକ ଲୋକ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ତାଙ୍କ ପରିଶ୍ରମ ଓ ସଫଳତାକୁ ବେଶ୍ ପ୍ରଶଂସା କରିଛନ୍ତି । କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ଆଗରେ କିଭଳି ବାଧାବିଘ୍ନ ହାର ମାନେ , ଏକଥାକୁ ପ୍ରମାଣିତ କରିଦେଖାଇଛନ୍ତି ଅବିନ ବୋଲି କହିଛନ୍ତି। ଏବେ ଅବିନ ରାଜସ୍ୱ ବିଭାଗରେ ଡେପୁଟି କଲେକ୍ଟର ପଦବୀରେ କାର୍ଯ୍ୟରତ ଅଛନ୍ତି ।

Post Views63 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!