ଅଡି କାର୍‌ରେ ଚା ଦୋକାନ, କିଣୁଛି ଲୋକଙ୍କ ମନ

ରାସ୍ତା କଡ଼ରେ ଥିବା ଛୋଟ ଦେକାନଠାରୁ ଆରମ୍ଭ କରି ବଡ କାଫେ ପର୍ଯ୍ୟନ୍ତ … ଆପଣ ନିଶ୍ଚୟ ଅନେକ ସ୍ଥାନରେ ଚା’ ପିଇଥିବେ। କିନ୍ତୁ ଆପଣ କେବେ ଅଡି କାରରେ ଚା’ ବିକ୍ରି ହେଉଥିବାର ଦେଖିଛନ୍ତି କି? ଆପଣଙ୍କ ଉତ୍ତର ବୋଧହୁଏ ନାଁ ହେବ। ହେଲେ ଏବେ ତାହା ମଧ୍ୟ ସମ୍ଭବ ହୋଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଯୁବକ ବିଳାସପୂର୍ଣ୍ଣ କାରରେ ଚା’ ଷ୍ଟଲ କରି ଚା’ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଲୋକମାନେ ତାଙ୍କୁ ଅଡି ଚାଏବାଲା ବୋଲି କହିବା ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ଅଡିରେ ଚା’ ବିକ୍ରି କରିବାର ଯୋଜନା ମୁମ୍ବାଇର ଅମିତ କଶ୍ୟପ ଏବଂ ମନୁ ଶର୍ମା ନାମକ ଦୁଇଜଣ ଯୁବକ କରିଥିଲେ। ଏବେ ସେମାନେ ଲୋଖଣ୍ଡୱାଲା ଅଞ୍ଚଳରେ ଏକ ଚା’ ଷ୍ଟଲ୍ ସ୍ଥାପନ କରିଛନ୍ତି। ସେ ତାଙ୍କ ବ୍ୟବସାୟର ନାମ ଅନ୍ ଡ୍ରାଇଭ୍ ଟି’ ରଖିଛନ୍ତି। ମୁମ୍ବାଇର ଏହି ‘ଅଡି ଚାଏବାଲା’ଙ୍କ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଯୁବକଜଣକ ନିଜ ଅଡି କାର ପାଖରେ ଚା’ ପ୍ରସ୍ତୁତ କରୁଛନ୍ତି। ଗାଡ଼ିର ଡିକିରେ ସବୁ ସାମଗ୍ରୀ ରହିଥିବା ବେଳେ ବାହାରେ ଛିଡା ହୋଇ ସେ ଚା’ ପ୍ରସ୍ତୁତ କରୁଛନ୍ତି। ଏହା ପରେ ଲୋକମାନେ ଆସି ତାଙ୍କ ହାତ ତିଆରି ଚା’ ପିଉଛନ୍ତି।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!