ଆଜି ୨୭ଟି ବିଭାଗରେ ୪୬୨୩ଜଣଙ୍କୁ ନିଯୁକ୍ତି ଦିଆଯିବ । କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ନିଯୁକ୍ତିମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ନିଯୁକ୍ତି ମେଳା ଏବର୍ଷର ପ୍ରଥମ ନିଯୁକ୍ତି ମେଳା ଏବଂ ବିଜେପି ସରକାରଙ୍କ ୧୫ତମ ନିଯୁକ୍ତି ମେଳା ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୪୧୧୩ଜଣଙ୍କୁ ନିଯୁକ୍ତି ପ୍ରଦାନ କାରଯିବ । ସେହିପରି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୫୪, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗରେ ୧୪୩, ଇସ୍ପାତ ଓ ଖଣି ବିଭାଗରେ ୭୭, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗରେ ୭୦, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ୫୨ ଏବଂ ଦକ୍ଷତା ବିକାଶ ବିଭାଗରେ ୧୪ଜଣଙ୍କୁ ନିଯୁକ୍ତି ଦିଆଯିବ ।
ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୨୫ ଡିସେମ୍ବର ୩୦ ତାରିଖରେ ରାଜ୍ୟ ସରକାର ୧୧ଟି ବିଭାଗରେ ୧୫୪୩ଜଣଙ୍କୁ ନିଯୁକ୍ତି ଦେଇଥିଲେ । ଗତ ଡିସେମ୍ବର ସୁଦ୍ଧା ସରକାର ୩୯ ହଜାର ୪୫୯ଜଣଙ୍କୁ ନିଯୁକ୍ତି ଦେଇସାରିଲାଣି । ଆସନ୍ତାକାଲିର ନିଯୁକ୍ତିକୁ ମିଶାଇଲେ ସରକାର ୨୨ ମାସରେ ୪୪ ହଜାରରୁ ଅଧିକ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ।

