ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାଛିବେ ଅମିତ ଶାହ ଓ ମୋହନ ମାଝୀ

ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ସେହିଭଳି ସହ ପର୍ଯ୍ୟବେକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମିଳିଛି ନିଯୁକ୍ତି। ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୯ ତାରିଖରେ ପଶ୍ଚିମବଙ୍ଗରେ ସରକାର ଗଠନ କରିବ ବିଜେପି। ପ୍ରଥମ ଥର ଲାଗି ବିଜେପି ସରକାର ଗଠନ ହେବ।

ପଶ୍ଚିମବଙ୍ଗରେ ବିଜେପି ଜିତିବା ପରେ ଏବେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଏମିତି ଦେଖିଲେ ବିଜେପି ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନ ଥାଏ । ତେବେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୬ ଜଣ ପ୍ରମୁଖ ନେତାଙ୍କ ନାମ ସାମ୍ନାକୁ ଆସୁଛି । ସବୁଠୁ ଆଗରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ ନନ୍ଦିଗ୍ରାମ ଓ ଭବାନୀପୁରରୁ ଲଢ଼ି ଜିତିଛନ୍ତି । ଦଳର ପ୍ରଚାର ଅଭିଯାନରେ ସେ ଆଗ ଧାଡ଼ିରେ ଥିଲେ । ତାଙ୍କ ପଛକୁ ଦିଲୀପ ଘୋଷଙ୍କ ନାମ ଆସୁଛି । ୨୦୨୧ରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳ ବନାଇବାର ଶ୍ରେୟ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଦିଲୀପଙ୍କୁ ଦିଆଯାଏ । ଏବେ ସେ ଅଧ୍ୟକ୍ଷ ନାହାନ୍ତି । କିନ୍ତୁ ବେଙ୍ଗଲ ରାଜନୀତିରେ ତାଙ୍କ ପ୍ରଭାବ ଆଜି ବି କାଏମ ରହିଛି । ଏଭଳି ସ୍ଥିତିରେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ଦୌଡ଼ରେ ତାଙ୍କୁ ଜଣେ ମଜଭୁତ ବିକଳ୍ପ ଭାବେ ଦେଖାଯାଏ ।

​​​​​​​

ବେଙ୍ଗଲ ବିଜେପିର ଅଧ୍ୟକ୍ଷ ସମୀକ ଭଟ୍ଟାଚାର୍ଯ୍ୟ ଦଳରେ ସମସ୍ତଙ୍କୁ ସାଥିରେ ନେଇ ଚାଲିଥାନ୍ତି । ସେଥିପାଇଁ ସେ ବେଶ୍ ଲୋକପ୍ରିୟ । ପରଦା ପଛରେ ରହି ବିଜେପି ପାଇଁ ସେ ବଡ଼ ଭୂମିକା ନିର୍ବାହ କରିଛନ୍ତି । ତେଣୁ ତାଙ୍କୁ ଦଳ କମାଣ ଦେଇପାରେ । ଏହାଛଡ଼ା ବିଜେପି କୌଣସି ମହିଳା ନେତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଉପରେ ବିଚାର କରିପାରେ । ପେସାରେ ଫ୍ୟାସନ ଡିଜାଇନର ଅଗ୍ନିମିତ୍ରା ପଲ୍‌ଙ୍କ ନାମ ଏଥିରେ ସବା ଉପରେ ରହିଛି । ନିର୍ବାଚନରେ ନିଜ ଆସନସୋଲ ଆସନକୁ ସେ ବଜାୟ ରଖିଛନ୍ତି । ଯଦି ବିଜେପି ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ ଚୟନ କରେ, ତେବେ ଅଗ୍ନିମିତ୍ରା ନାମ ପ୍ରଥମେ ଆସିବା ସମ୍ଭାବନା ରହିଛି । ତାଙ୍କ ପଛକୁ ଥିବା ପୂର୍ବତନ ରାଜ୍ୟସଭା ସାଂସଦ ତଥା ସୋନାରପୁର ଦକ୍ଷିଣରୁ ବିଧାୟକ ରୁପା ଗାଙ୍ଗୁଲି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ତୃଣମୂଳ ସ୍ତରରୁ କାର୍ଯ୍ୟ କରିଛନ୍ତି । ତାଙ୍କ ଲୋକପ୍ରିୟତାକୁ ଦେଖିଲେ ବିଜେପି ତାଙ୍କୁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ବନାଇବାକୁ ବିଚାର କରିପାରେ । ଏହାଛଡ଼ା ନିଶିଥ ପ୍ରାମାଣିକଙ୍କ ନାମ ବି ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ରହିଛି । ଏହି ଭିିତରେ ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!