ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟକୁ ଗ୍ରହଣ କରିପାରୁ ନାହାନ୍ତି ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ। ମମତା ଅଭିଯୋଗ କରିଛନ୍ତି ମୁଁ ନିର୍ବାଚନ ହାରି ନାହିଁ, ବର ୧୦୦ ଆସନରେ ଭୋଟ୍ ଚୋରି ହୋଇଛି। ଆମର ଲଢେଇ କେବଳ ବିଜେପି ସହ ନଥିଲା, ଆମକୁ ଇଲେକ୍ସନ କମିଶନଙ୍କ ସହିତ ବି ଲଢିବାକୁ ପଡିଥିଲା। ନିର୍ବାଚନ କମିଶନଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବରେ ପକ୍ଷପାତପୂର୍ଣ୍ଣ ଥିଲା। ପ୍ରଜାତନ୍ତ୍ରର ହତ୍ୟା କରାଯାଇଛି। ମମତା ସ୍ପଷ୍ଟ କରିଛନ୍ତି ସେ ଲୋକଭବନ ଯାଇ ଇସ୍ତଫା ଦେବେ ନାହିଁ।
ମମତା କହିଛନ୍ତି, ମୁଁ ଲୋକଭବନ କାହିଁକି ଯିବି ? ଯଦି ଶପଥ ନେବାର ଥାଆନ୍ତା, ତେବେ ମୁଁ ନିଜେ ଯାଇଥାନ୍ତି। ସେମାନେ ଦଖଲ କରିନେଇଛନ୍ତି। କ’ଣ ଆପଣଙ୍କୁ ଲାଗୁଛି ମୁଁ ଇସ୍ତଫା ଦେଇ ଦେବି ? ମୁଁ ଯିବିନି। ମୁଁ ସଡକରେ ଥିଲି। ମୁଁ ସଡକରେ ରହିବି। ସେ କହିଛନ୍ତି, ଇଲେକ୍ସନ ପରେ ଇଭିଏମ୍ ମେସିନ୍ରେ ଚାର୍ଜ ଲଗାଗଲା। ଦୁଇ ଫେଜ୍ରେ ଇଲେକ୍ସନ ହେବାପରେ, ସେମାନେ ଆମ ଲୋକଙ୍କୁ ଆରେଷ୍ଟ କରିବା ଆରମ୍ଭ କରିଦେଇଥିଲେ ଓ ଅଫିସରଙ୍କୁ ଟ୍ରାନ୍ସଫର କରିବା ଆରମ୍ଭ କରିଦେଇଥିଲେ। ସେମାନେ ନିଜ ପାର୍ଟିର ବ୍ୟୁରୋକ୍ରାଟସଙ୍କୁ ନେଇ ଆସନ୍ତୁ।
ସେ କହିଛନ୍ତି, ମୁଁ ଏଭଳି ଭାବରେ ନିର୍ବାଚନ କେବେ ଦେଖିନି। ମୁଁ ୨୦୦୪ ରେ ଏଭଳି ଅନ୍ୟାୟ ସହିବିନି। ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ, ଉଦ୍ଧବ ଠାକରେ, ହେମନ୍ତ ସୋରେନଙ୍କଠାରୁ ନେଇ ଇଣ୍ଡି ମେଣ୍ଟ ପର୍ଯ୍ୟନ୍ତ ଲୋକେ ମୋ ସହ କଥା ହୋଇଛନ୍ତି। ଅଖିଳେଶ ଯାଦବ କାଲି ଆସୁଛନ୍ତି। ମୋତେ ବୁଥ୍ରୁ ଧକ୍କା ମାରି ବାହାର କରାଯାଉଛି। ମୁଁ ଜଣେ ମହିଳା ହୋଇ ମଧ୍ୟ ମୋ ସହ ଏଭଳି କିପରି ବ୍ୟବହାର କରିପାରନ୍ତି। ଯଦି ମୋ ସହିତ ଏଭଳି ବ୍ୟବହାର ହୁଏ, ତେବେ ଅନ୍ୟ ଲୋକଙ୍କ ସହିତ କିଭଳି ବ୍ୟବହାର କରାଯାଉଥିବ। ଇଣ୍ଡିଆ ମେଣ୍ଟର ନେତା ଆମ ସହ ରହିଛନ୍ତି। ଆମେ ଫାଇଟ୍ ବ୍ୟାକ୍ କରିବୁ। ଏହା ସମ୍ପୂର୍ଣ୍ଣ ଭାବରେ ଗଣତନ୍ତ୍ରର ହତ୍ୟା। ଏଭଳି ମହାରାଷ୍ଟ୍ର ଓ ହରିୟାଣାରେ ନିର୍ବାଚନ ଜିତିଲେ, କିନ୍ତୁ ଆମେମାନେ ଟାଇଗର ଭଳି ଲଢିଛୁ।
କେବଳ ସେତିକି ନୁହେଁ ମମତା କହିଛନ୍ତି, ଲୋକମାନେ ନିଷ୍ପତ୍ତି ନେଇଛନ୍ତି, ଆମେ ଆକ୍ସନ ନେବୁ। ଏ ବିଷୟରେ ପରେ ରଣନୀତିର ଖୁଲାସା କରିବୁ। ଆମେ ୧୦ ସଦସୀୟଙ୍କ ସହିତ ଏକ ଫାଇଣ୍ଡିଂ କମିଟିର ଗଠନ କରିବୁ। ସେମାନେ ବିଭିନ୍ନ ଅଞ୍ଚଳକୁ ଯିବେ ଓ ଗସ୍ତ କରିବେ। ମମତା କହିଛନ୍ତି, ଆମ କାର୍ଯ୍ୟାଳୟକୁ ଦଖଲ କରି ନିଆଯାଇଛି। ଆମ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଉପରେ ଅତ୍ୟାଚାର ହୋଇଥିଲା। ସେ କହିଛନ୍ତି, କାଲି ଯାହା ଘଟିଲା, ତାହା ବ୍ଲାକ ହ୍ରିଷ୍ଟ୍ରି। ନିର୍ବାଚନ କମିଶନ୍ ସମ୍ପୂର୍ଣ୍ଣ ଭାବରେ ପକ୍ଷପାତୀ। ସେ ଦିଲ୍ଳୀ ନେତୃତ୍ବରେ କମାକ ରୁଛନ୍ତି। ସେମାନେ କାଉଣ୍ଟିଂ ସେଣ୍ଟରକୁ ହାଇଜ୍ୟାକ୍ କରିଛନ୍ତି। ଆମ ଲୋକ ପୁରା ଦୁନିଆରେ ଅଛନ୍ତି। ଲୋକଙ୍କୁ ଜାଣିବାକୁ ଦିଆଯାଉ କିଭଳି ଅତ୍ୟାଚାର କରାଯାଇଛି।
ମମତା ବାନାର୍ଜୀ କହିଛନ୍ତି, ଯଦି ସେ ନିଜେ ଜିତିଥାନ୍ତେ, ମୁଁ କିଛି କହି ନଥାନ୍ତି, କିନ୍ତୁ ଆମକୁ ବଳପୂର୍ବକ ପରାସ୍ତ କରାଯାଇଛି। କେନ୍ଦ୍ର ସରକାର କେବଳ ଏକଦଳୀୟ ସରକାର ଚାହୁଁଛି। ସାରା ବିଶ୍ୱରେ ଭୁଲ ବାର୍ତ୍ତା ପଠାଯାଉଛି। ଏହି ଲଢ଼େଇ ଗଣତାନ୍ତ୍ରିକ ଭାବରେ ଲଢ଼ାଯାଉନାହିଁ। ଆମେ ପୁନର୍ବାର ଉଠିବୁ। ଆମେ ବଙ୍ଗଳାରେ ଲଢ଼ିଥିଲୁ। ଆମର ଲଢ଼େଇ ବିଜେପି ସହିତ ନୁହେଁ, ନିର୍ବାଚନ କମିଶନ ସହିତ ଥିଲା। ଯଦି ନିର୍ବାଚନ କମିଶନ ନିଜକୁ ବିକ୍ରି କରିଦିଏ ତେବେ କ’ଣ ହେବ? ଯଦି ଅଧିକାରୀମାନେ ଏକପାଖିଆ ଭାବରେ କାମ କରନ୍ତି ତେବେ ଫଳାଫଳ କ’ଣ ହେବ?

