ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାର ତଦନ୍ତ କରୁଥିବା ସ୍ପେଶାଲ୍ ଟାସ୍କ ଫୋର୍ସ ବିହାରରେ ଚଢଉ କରିଛି। ବକ୍ସରର ମୁଫସିଲ୍ ଥାନା ଅଞ୍ଚଳର ପାଣ୍ଡେପଟ୍ଟି ନିବାସୀ ବିଶାଲ୍ ଶ୍ରୀବାସ୍ତବଙ୍କୁ କୋଲକାତା ନିଆଯାଇଛି ।
ପଶ୍ଚିମବଙ୍ଗ ଏସଟିଏଫର ଏକ ସ୍ୱତନ୍ତ୍ର ଦଳ ସ୍ଥାନୀୟ ପୁଲିସ ସହିତ ମିଶି ପାଣ୍ଡେପଟ୍ଟି ଅଞ୍ଚଳରେ ଅପରେସନ କରିଥିଲା ।
ପଶ୍ଚିମବଙ୍ଗର ଶକ୍ତିଶାଳୀ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ଚାଞ୍ଚଲ୍ୟକର ହତ୍ୟା ଘଟଣାର ତଦନ୍ତରେ ବିହାର ସଂଯୋଗ ସାମ୍ନାକୁ ଆସିଛି। ଏସଟିଏଫ୍ ଏଠାରୁ ବିଶାଲ୍ ଶ୍ରୀବାସ୍ତବଙ୍କୁ ଗିରଫ କରିଛି। ବିଶାଲର ଏକ ଲମ୍ବା ଅପରାଧିକ ଇତିହାସ ଅଛି ।

